ଭୁବନେଶ୍ୱର (ନବ୍ୟୁ): ପଶ୍ଚିମ ଓଡ଼ିଶାରେ ମୋଦି ଲହର । ପୋଛି ନେଲା ସମସ୍ତ ୫ଟି ଲୋକସଭା ଆସନ । କଳାହାଣ୍ଡି, ବଲାଙ୍ଗିର, ବରଗଡ଼, ସମ୍ବଲପୁର ଓ ସୁୁନ୍ଦରଗଡ଼ରେ ବିଜେପି ବିଜୟୀ ଲାଭ କରିଛି । ସୁନ୍ଦରଗଡରେ ଜୁଏଲ ଓରାମ ବିଜେଡିର ସୁନୀତା ବିଶ୍ୱାଳଙ୍କୁ ୨ ଲକ୍ଷ ୨୩ ହଜାର ଭୋଟରେ ପରାସ୍ତ କରିଛନ୍ତି । ସମ୍ବଲପୁରରେ ବିଜେପିର ନୀତିଶ ଗଂଗଦେବ ବିଜେପି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କୁ ହରାଇଛନ୍ତି । ବରଗଡରେ ସୁରେଶ ପୂଜାରି ବିଜେଡିର ତୁଙ୍ଗ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପରାସ୍ତ କରିଛନ୍ତି । କଳାହାଣ୍ଡିରେ ବି ବାଜି ମାରି ନେଇଛି ବିଜେପି । ବିଜେଡିର ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ହରାଇ ବିଜୟ ଟିକା ପିନ୍ଧିଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା । ବଲାଙ୍ଗିରରେ ଦୁଇ ଥର ହାରିଥିବା ସଂଗୀତା ସିଂହଦେଓ ଏଥର କଳିକେଶ ନାରାୟଣ ସିଂହଦେଓଙ୍କୁ ପରାସ୍ତ କରି ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଏପଟେ ଭୁବନେଶ୍ୱରରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ବିଜେପିର ଅରୂପ ପଟ୍ଟନାୟକଙ୍କୁ ୨୩ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । କଟକରେ ବିଜେଡି ପ୍ରାର୍ଥୀ ଭର୍ତୃହରି ମହତାବ ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ରଙ୍କୁ ୧ ଲକ୍ଷ ୨୧ ହଜାର ଭୋଟରେ ପରାସ୍ତ କରିଛନ୍ତି । ବ୍ରହ୍ମପୁରରେ ବିଜେଡିର ଚନ୍ଦ୍ରଶେଖର ସାହୁ ଜିତିଥିବା ବେଳେ ବାଲେଶ୍ୱରରେ ରବିନ୍ଦ୍ର ଜେନା ପରାସ୍ତ ହୋଇଛନ୍ତି । ଗତଥର ହାରିଥିବା ପ୍ରତାପ ଷଡଙ୍ଗୀ ଏଥର ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ହେଲେ ଆସିକାରେ ବିଜେଡିର ପ୍ରମିଳା ବିଷୋୟୀ ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ ହୋଇଛନ୍ତି । ସେ ବିଜେପିର ଅନିତା ଶୁଭଦର୍ଶିନୀଙ୍କୁ ୨ ଲକ୍ଷ ୪ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ପୁରୀରେ ପିନାକୀ ମିଶ୍ର ସମ୍ବିତ ପାତ୍ରଙ୍କୁ ହରାଇ ପୁଣି ଲୋକସଭାକୁ ଯାଇଛନ୍ତି । କେନ୍ଦ୍ରାପଡାରେ ବିଜେପିର ତୁଙ୍ଗ ନେତା ବୈଜୟନ୍ତ ପଣ୍ଡାଙ୍କୁ ଦେଢ଼ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି ଅନୁଭବ ମହାନ୍ତି । ସେହିପରି ଢ଼େଙ୍କାନାଳରେ ମହେଶ ସାହୁ, ଭଦ୍ରକରେ ମଂଜୁଲତା ମଣ୍ଡଳ,ଯାଜପୁରରେ ଶର୍ମିଷ୍ଠା ସେଠୀ, ଜଗତସିଂହପୁରରେ ରାଜଶ୍ରୀ ମଲ୍ଲିକ, କନ୍ଧମାଳରେ ଅଚ୍ୟୁତ ସାମନ୍ତ, କେନ୍ଦୁଝରରେ ଚଦ୍ରାଣି ମୁର୍ମୁ ଓ ନବରଂଗପୁରରେ ରମେଶ ମାଝୀ ବିଜୟୀ ହୋଇଛନ୍ତି । କୋରାପୁଟରେ କଂଗ୍ରେସର ସପ୍ତଗିରି ଉଲାକା ଜିତିଥିବା ବେଳେ ମୟୂରଭଂଜରେ ବିଜେପିର ବିଶେଶ୍ୱର ଟୁଡୁ ନିର୍ବାଚିତ ହୋଇଛନ୍ତି । ଗତ ୨୦୧୪ ଲୋକସଭାରେ ୨୧ରୁ ୨୦ଟିରେ ବିଜେଡି ଜିତିଥିବା ବେଳେ ମାତ୍ର ଗୋଟିଏ ଆସନରେ ବିଜେଡି ଜିତିଥିଲା ।
ପଶ୍ଚିମରେ ମୋଦି ଲହର, ୫ ଆସନ ପୋଛି ନେଲା ବିଜେପି
