ନବନୀତା ବ୍ୟୁରୋ। ପଞ୍ଚଭୂତରେ ବିଲୀନ ହେଲା ବିପ୍ଳବୀ କବି ରବି ସିଂଙ୍କ ମର ଶରୀର। ସତୀଚଉରା ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ବିୟୋଗରେ ଓଡ଼ିଶା ସାହିତ୍ୟ ଜଗତରେ ଶୋକର ଛାୟା ଖେଳି ଯାଇଛି।
ରବିବାର ସକାଳେ ବିପ୍ଲବୀ କବି ରବି ସିଂଙ୍କ ଦେହାନ୍ତ ହୋଇଛି। କଟକ ଖପୁରୀଆ ଲେବର୍ କଲୋନି ସ୍ଥିତ ବାସଭବନରେ ପରଲୋକ ଘଟିଛି। ୮୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଥିଲେ। ହେଲେ ରବିବାର ସକାଳେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କର ଦେହାନ୍ତ ହୋଇଥିଲା।
ବିପ୍ଳବୀ କବି ରବି ସିଂଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିଥିବା ତାଙ୍କ କ୍ରାନ୍ତିକାରୀ ରଚନା ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ
ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।— Naveen Patnaik (@Naveen_Odisha) February 2, 2020
ରବି ସିଂଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ ଟୁଇଟର ଲେଖିଛନ୍ତି ଯେ, ବିପ୍ଳବୀ କବି ରବି ସିଂଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିଥିବା ତାଙ୍କ କ୍ରାନ୍ତିକାରୀ ରଚନା ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।
ଓଡ଼ିଆ ସାହିତ୍ୟ ଜଗତର ବିପ୍ଳବୀ କବି ରବି ସିଂଙ୍କ ଦେହାବସାନ ଖବର ଶୁଣି ଦୁଃଖିତ । ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି ହୋଇଛି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମରଆତ୍ମାର ସଦଗତି କାମନା କରୁଛି ।
— Dharmendra Pradhan (@dpradhanbjp) February 2, 2020
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେ ଟ୍ୱିଇଟ କରିଛନ୍ତି ଯେ, ଓଡ଼ିଆ ସାହିତ୍ୟ ଜଗତର ବିପ୍ଳବୀ କବି ରବି ସିଂଙ୍କ ଦେହାବସାନ ଖବର ଶୁଣି ଦୁଃଖିତ। ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି ହୋଇଛି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମରଆତ୍ମାର ସଦଗତି କାମନା କରୁଛି।
ରବି ସିଂ ଏକାଧାରାରେ ଜଣେ ବିପ୍ଳବୀ କବି, ସାମ୍ୟବାଦୀ ନେତା, ଅନୁବାଦକ, ସୁବକ୍ତା, ସମାଲୋଚକ ଭାବେ ଖ୍ୟାତି ଅର୍ଜନ କରିଥିଲେ। କବିତା ମାଧ୍ୟମରେ ବିପ୍ଳବ ସୃଷ୍ଟି କରିଥିବା ରବି ସିଂ ଅନେକ ପ୍ରସିଦ୍ଧ ପୁସ୍ତକ ରଚନା କରିଛନ୍ତି। ସେ ମଧ୍ୟରେ ‘ପଥ ପ୍ରାନ୍ତର କବିତା’, ‘ଚ଼ରମ ପତ୍ର’, ‘ଶିଥିଳ ବଲଗା’, ‘ଭୁକୁଟୀ’, ‘ବିଦୀର୍ଣ୍ଣ’, ‘ଅପ୍ରୀତିକର କବିତା’, ‘ଦୁର୍ଗମ ଗିରି‘, ‘ଝଡ଼’, ‘ସର୍ବହରା’ ଓ ‘ଅନାର୍ଯ୍ୟର ଚର୍ଯ୍ୟାପଦ’। ତାଙ୍କର କାଳଜୟୀ ରଚନା ପାଇଁ ୧୯୬୧ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଓ ୨୦୧୭ରେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପାଇଥିଲେ ରବି ସିଂ। ସେ ଆଜି ଆମକୁ ଛାଡ଼ି ଚାଲି ଯାଇଥିଲେ ମଧ୍ୟ ତାଙ୍କ ଲେଖା ଚିର ସ୍ମରଣୀୟ ହୋଇ ରହିବ।
