ନବନୀତା ବ୍ୟୁରୋ। ଶିଳ୍ପ କାରଖାନାରେ ପୁଣି ଅଘଟଣ। ବିସ୍ଫୋରଣ ଘଟି ଜଣେ ଶ୍ରମିକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଓସିଏଲ ସିମେଣ୍ଟ କାରଖାନାରେ ଘଟିଛି ଏଭଳି ଅଭାବନୀୟ ଘଟଣା।
ସୂଚନା ଅନୁସାରେ, କାରଖାନାର ଲାଇନ୍ -୩ ବ୍ଲାଷ୍ଟଫର୍ଣେଶ୍ ସଫେଇ କରିବା ବେଳେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଜଣେ ଶ୍ରମିକର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ମୃତ ଶ୍ରମିକର ପରିଚୟ ମିଳିନଥିବା ବେଳେ ଏହି ଘଟଣାକୁ ନେଇ କାରଖାନା ପରିସରରେ ଉତ୍ତେଜନା ଦେଖାଦେଇଛି।
ସୁନ୍ଦରଗଡ଼ ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନାର ଲାଇନ- ୩ରେ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ଶ୍ରମିକମାନେ କାମ କରୁଥିବା ବେଳେ ଏହି ବିସ୍ଫୋରଣ ଘଟିବାରୁ ଜଣେ ଶ୍ରମିକର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଏବେ ସୁଦ୍ଧା ଜଣେ ଶ୍ରମିକର ମୃତ୍ୟୁ ସୂଚନା ମିଳିଥିବା ବେଳେ ଅନେକ ଶ୍ରମିକ ଆହତ ହୋଇଥିବା ଜଣାପଡିଛି। ତେବେ ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ ବି ପ୍ରତିକ୍ରିୟା ମିଳିପାରି ନାହିଁ।
