ଦିଲ୍ଲୀରେ ୩ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ, ଖୋଳତାଡ ଜାରି

ଅପରାଧଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ଦିଲ୍ଲୀରେ ୩ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ। ଆଇଏସଆଇଏସର ୩ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କରିବାରେ ସଫଳ ହୋଇଛି ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍। କେଉଁଥି ପାଇଁ ଏମାନେ ଦିଲ୍ଲୀକୁ ପ୍ରବେଶ କରିଛନ୍ତି ସେନେଇ ପୋଲିସ ଖୋଲତାଡ଼ ଜାରି ରଖିଛି।

ଦିଲ୍ଲୀ ପୋଲିସ ସ୍ପେଶାଲ ସେଲର ଡିସିପି ପିଏସ କୁଶୱାହା ଏନେଇ କହିଛନ୍ତି ଯେ, ଖ୍ୱାଜା ମୋଇଉଦ୍ଧିନ୍, ସେୟଦ୍ ନୱାଜ ଓ ଅବଦୁଲ ସମଦ ସେ ୬ ଜଣ ମଧ୍ୟରେ ସାମିଲ୍ ଅଛନ୍ତି, ଯାହାଙ୍କ ଉପରେ ମୁନ୍ନାନି ନେତା ସୁରେଶ କୁମାରଙ୍କ ହତ୍ୟା ଅଭିଯୋଗ ରହିଛି। ଏହି ତିନି ଜଣ ଗୁରୁବାର କୌଣସି ବ୍ୟକ୍ତିଙ୍କୁ ଭେଟିବା ପାଇଁ ବଜିରାବାଦ୍ ଯାଉଥିଲେ। ସେ ସମୟରେ ପୋଲିସ ଏମାନଙ୍କୁ ଗିରଫ କରିଛି।
ଏଥିସହ ତାଙ୍କ ନିକଟରୁ ୩ ଟି ନଅ ଏମ୍ଏମ୍ ପିସ୍ତଲ ଜବତ କରାଯାଇଛି। ଏମାନେ ୟୁପି ଓ ଏନସିଆରରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ତାଙ୍କୁ ସୋସଲ୍ ମିଡ଼ିଆରେ ବିଦେଶୀ ହେଣ୍ଡଲରଙ୍କ ନିର୍ଦ୍ଦେଶ ମିଳୁଥିଲା। ସେପଟେ ପ୍ରାଥମିକ ଯାଞ୍ଚ ହିସାବରେ ଏମାନେ ଆଇଏସଆଇଏସ ଦ୍ଵାରା ପଠାଯାଇଥିବା ମଡ୍ୟୁଲ ବୋଲି ଜଣାପଡିଛି। ତେବେ ପୋଲିସ ପରବର୍ତ୍ତୀ ପଦକ୍ଷେପ ନେଇ ଲାଗି ପଡ଼ିଛି।