ବଲାଙ୍ଗିର ମେଡ଼ିକାଲକୁ ମନ୍ତ୍ରୀଙ୍କ ଅଚାନକ ଗସ୍ତ, କାଉଣ୍ଟରରେ ଟିକଟ କାଟି କରାଇଲେ ଏକ୍ସରେ

ଓଡ଼ିଶାବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ଦେଶବ୍ୟାପୀ ହରତାଳ। କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ଶ୍ରମିକ ସଂଘ ପକ୍ଷରୁ ଭାରତ ବନ୍ଦ ପାଳନ। ବନ୍ଦ ଲାଗି ବିଭାଗୀୟ କାର୍ଯ୍ୟରେ ସାମିଲ୍ ହୋଇ ପାରିଲେ ନାହିଁ ମନ୍ତ୍ରୀ। ତେଣୁ ଦୀର୍ଘ ଦିନରୁ ଥିବା କହୁଣି ଯନ୍ତ୍ରଣାର ଚିକିତ୍ସା ପାଇଁ ବଲାଙ୍ଗିର ମେଡ଼ିକାଲକୁ ଯାଇଥିଲେ। ବାଇକରେ ହେଲମେଟ ପିନ୍ଧି ମେଡିକାଲକୁ ଆସିଥିଲେ ମନ୍ତ୍ରୀ।


ମୋ ସରକାରରେ ମେଡିକାଲରେ ଚିକିତ୍ସା କେମିତି ଚାଲିଛି ତାର ତଦାରଖ ପାଇଁ ପର୍ଯ୍ୟଟନ, ଓଡ଼ିଆ ଭାଷା ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବଲାଙ୍ଗିର ମେଡିକାଲ ପରିଦର୍ଶନରେ ଆସିଥିଲେ। ମନ୍ତ୍ରୀ ଭାବରେ ନୁହେଁ ଜଣେ ସାଧାରଣ ଲୋକ ଭାବେ। ମନ୍ତ୍ରୀ ଭାବରେ ଗଲେ ସବୁ ଜଣା ପଡ଼ିଯିବା ଆଶଙ୍କା କରି କାଉଣ୍ଟରରେ ଲାଇନ୍ ଲଗାଇ ଥିଲେ। ଦୀର୍ଘ ସମୟ ପରେ ନିଜ ପାଳି ଆସିବା ପରେ କାଉଣ୍ଟରରୁ ଟିକଟ କାଟି ଥିଲେ ମନ୍ତ୍ରୀ। ଏହାପରେ ଓପିଡିକୁ ଯାଇ ଡାକ୍ତରଙ୍କୁ ଦେଖାଇ ଥିଲେ। ସେଠାରୁ ଏକ ଚିଠା ଆଣି ଆସି ପହଂଚି ଥିଲେ ଏକ୍ସରେ ବିଭାଗରେ।

ଏଏକ୍ସରେ ବିଭାଗରେ ଉକ୍ତ ଚିଠା ଟିକୁ ଦେଇ ଅପେକ୍ଷା କରିଥିଲେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ଏ ଅବସରରେ ବିଭିନ୍ନ ରୋଗୀ ଓ କର୍ମଚାରୀଙ୍କ ସହ କଥା ହେବା ଛଳରେ ମେଡିକାଲର ଚିକିତ୍ସା ସମ୍ପର୍କରେ ପଚାରି ବୁଝି ଥିଲେ। ଅନେକ ଲୋକଙ୍କ ସହ ଧୀର ସ୍ଥିର ଭାବରେ କଥା ହେବା ସହିତ ଜଣେ ସାଧାରଣ ରୋଗୀ ଭାବେ ନମ୍ବରରେ ରହିଥିଲେ। ଜଣ ଜଣ ପରେ ନିଜ ପାଳି ଆସିବା ପରେ ସେ ଭିତରକୁ ଯାଇ ଏକ୍ସରେ କରାଇଥିଲେ।

ତେବେ ରିପୋର୍ଟ ଧରି ବାହାରକୁ ଆସି ମେଡିକାଲରେ ଉତ୍ତମ ଚିକିତ୍ସା ନେଇ ଖୁସି ଜାହିର କରିଥିଲେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ଏପରିକି ଘରୋଇ ମେଡିକାଲ ଅପେକ୍ଷା ଏଠାରେ ଉତ୍ତମ ସେବା ଓ ଚିକିତ୍ସା ଚାଲୁଥିବା ସେ କହିଥିଲେ। କେବଳ ଏତିକି ନୁହେଁ, ମେଡିକାଲରେ ଠିକ୍ ଚିକିତ୍ସା ପାଇଁ ଜନସାଧାରଣଙ୍କ ସହଯୋଗ ନିହାତି ଜରୁରୀ ବୋଲି କହିଥିଲେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ।

ବଲାଙ୍ଗିର ଗସ୍ତର ଉଦ୍ଧେଶ୍ୟ

ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ନିଜ ବିଭାଗୀୟ କାର୍ଯ୍ୟରେ ବଲାଙ୍ଗିର ଗସ୍ତରେ ଆସିଥିଲେ। ବଲାଙ୍ଗିରରେ କୋଟିଏ ଟଙ୍କା ଖର୍ଚ୍ଚରେ ଏକ ପର୍ଯ୍ୟଟନ ଅଫିସ ପ୍ରତିଷ୍ଠା କରାଯିବ। ଏଥିପାଇଁ ଜମି ଚିହ୍ନଟ ଲାଗି ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଓ ହରିଶଙ୍କର ପରିଦର୍ଶନ କାର୍ଯ୍ୟକ୍ରମ ରହିଥିଲା। ହେଲେ ଭାରତ ବନ୍ଦ ପାଳନ ଯୋଗୁଁ ସେ କାର୍ଯ୍ୟରେ ବାଧା ଉପୁଜିଲା। ମନ୍ତ୍ରୀଙ୍କ ସହ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ।

ଜଣ ପାଇଁ ମେଡିକାଲ ଭିଜିଟ୍

ପର୍ଯ୍ୟଟନ କାର୍ଯ୍ୟରେ ବାଧା ସୃଷ୍ଟି ପରେ ମନ୍ତ୍ରୀ ମୋ ସରକାର ଯୋଜନାର ତଦାରଖ ଲାଗି ମେଡିକାଲ ଗସ୍ତ କରିଥିଲେ। ହେଲେ ଚାରି ଚକିଆ ଗାଡ଼ି ବନ୍ଦ ଥିବାରୁ ବାଇକରେ ହେଲମେଟ ପିନ୍ଧି ମେଡିକାଲକୁ ଆସିଥିଲେ ମନ୍ତ୍ରୀ। ସାଧାରଣ ରୋଗୀ ପରି ଧାଡ଼ିରେ ଠିଆ ହୋଇ ଟିକଟ କାଟିବା ସହ ଓପିଡିରୁ ଚିଠା ଆଣି ଏକ୍ସରେ କରାଇଥିଲେ। ତା ପରେ ପୁଣି ବାଇକରେ ହେଲମେଟ ପିନ୍ଧି ବାହାରି ଯାଇଥିଲେ।