ନବନୀତା ବ୍ୟୁରୋ। ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନ୍ ଝାରଖଣ୍ଡର ୧୧ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମନ୍ତ୍ରୀମଣ୍ଡଳର ସହଯୋଗୀ ଭାବେ କଂଗ୍ରେସର ଦୁଇ ଓ ଆରଜେଡିର ଜଣେ ବିଧାୟକ ଶପଥ ଗ୍ରହଣ କରିଛନ୍ତି।
ଏହି ଶପଥ ଗ୍ରହଣ ସମାରୋହରେ ରାହୁଲ ଗାନ୍ଧୀ, ପଶ୍ଚିମ ବଙ୍ଗାଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ୍ ବାଘେଲ୍, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, କଂଗ୍ରେସ ନେତା ଆରପିଏନ୍ ସିଂହ, ଡିଏମକେ ମୁଖ୍ୟ ଷ୍ଟାଲିନ୍, ଆରଜେଡି ନେତା ତେଜସ୍ଵୀ ଯାଦବ, ବାମପନ୍ଥୀ ନେତା ଡି ରାଜା, ସୀତାରାମ ୟେଚୁରି, ଅାପ୍ ସାଂସଦ ସଂଜୟ ସିଂହ, ଶରଦ ଯାଦବଙ୍କ ସହ ବହୁ ନେତା ଉପସ୍ଥିତ ଥିଲେ। ସମାରୋହରେ ସୋରେନଙ୍କୁ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।

ସୂଚନା ଅନୁସାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ ଓ ଆରଜେଡି ଗଠବନ୍ଧନ୍ କରି ନିର୍ବାଚନ ଲଢ଼ିଥିଲେ।୮୧ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ୪୭ ଆସନରେ ବିଜୟୀ ଲାଭ କରି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ। ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ୩୦, କଂଗ୍ରେସ ୧୬ ଓ ଆରଜେଡି ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି।
