ନବନୀତା ବ୍ୟୁରୋ। କେନ୍ଦ୍ର ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିବାଦୀୟ ବୟାନ। ସେ କହିଛନ୍ତି ଦେଶରେ ରହିବାକୁ ହେଲେ କହିବାକୁ ପଡ଼ିବ ଭାରତ ମାତା କି ଜୟ। ଧର୍ମେନ୍ଦ୍ର ନାଗରିକତା ସଂଶୋଧନ ଆଇନ୍ ଉପରେ ମନ୍ତବ୍ୟ ଦେଇ କହିଥିଲେ ଯେ, କଣ ସୁଭାଷ ଚନ୍ଦ୍ର ବୋଷଙ୍କ ବଳିଦାନ ବ୍ୟର୍ଥ ହୋଇଯିବ? କଣ ଭଗତ ସିଂହଙ୍କ ବଳିଦାନ ବେକାର ହୋଇଯିବ? କଣ ଲୋକେ ଏଥିପାଇଁ ସ୍ଵାଧୀନତା ଲାଗି ଲଢେଇ କରିଥିଲେ ଯେ ସ୍ଵାଧୀନ ହେବାର ୭୦ ବର୍ଷ ପରେ ଏ ବିଷୟ ଉପରେ ବିଚାର କରିବେ କି ନାଗରିକତା ଗଣାଯିବ ନା ନାହିଁ।
ମହାରାଷ୍ଟ୍ରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଏକ ସମାରୋହରେ ଯୋଗ ଦେଇ ଧର୍ମେନ୍ଦ୍ର କହିଛନ୍ତି ଯେ କଣ ଆମେ ଏ ଦେଶକୁ ଧର୍ମଶାଳା ବନାଇବା? କଣ ଏ ଦେଶରେ ଯେ କେହି ବି ଆସି ରହିପାରିବେ? ଏହି ବିଷୟ ଉପରେ ବିଚାର କରିବାକୁ ପଡ଼ିବ। ଏହି ବିଚାରକୁ ସ୍ପଷ୍ଟ କରିବା ପାଇଁ ଭାରତରେ ଭାରତ ମାତା କି ଜୟ କହିବାକୁ ପଡ଼ିବ। ଏଭଳି ଲୋକ ହିଁ ଦେଶରେ ରହି ପାରିବେ। ତେଣୁ ଏହି ବିଚାର ନେଇ ଆମକୁ ସ୍ପଷ୍ଟ କରିବାକୁ ପଡ଼ିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ନାଗରିକତା ସଂଶୋଧନ ଆଇନ୍ ନେଇ ଏବେ କି ଦେଶରେ ବିରୋଧ ଜାରି ରହିଛି। ଦେଶର ଅନେକ ଜାଗାରେ ଲୋକେ ଏହାର ପ୍ରତିବାଦରେ ଆନ୍ଦୋଳନ କରୁଛନ୍ତି। ଶନିବାର ତାମିଲନାଡୁରେ ତୌହିତ୍ ଜମାତ ନାଗରିକତା ଆଇନ୍ ବିରୋଧରେ ଶୋଭାଯାତ୍ରା ବାହାର କରିଥିଲେ। ଅନ୍ୟପଟେ କଂଗ୍ରେସ ପକ୍ଷରୁ ବି ମୁମ୍ବାଇରେ ଏହାର ବିରୋଧରେ ରାଲି କରାଯାଇଥିଲା।
ଏହା ବ୍ୟତୀତ କଂଗ୍ରେସ ପକ୍ଷରୁ ନାଗରିକତା ସଂଶୋଧନ ଆଇନ୍ ବିରୋଧରେ କେରଳରେ ରାଜଭବନ ଯାଏ ମହା ରାଲୀ ବାହାର କରିଥିଲେ। ଯେଉଁଥିରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ସହିତ ଅନେକ ନେତା ସାମିଲ ହୋଇଥିଲେ।
କର୍ଣାଟକ ଶିବମୋଗ୍ଗାର ଇଦଗାହ ପଡ଼ିଆରେ ନାଗରିକତା ସଂଶୋଧନ ଆଇନ୍, ଏନ୍ଆରସି ଓ ରାଷ୍ଟ୍ରୀୟ ଜନସଂଖ୍ୟା ପାଞ୍ଜି ବିରୋଧରେ ଲୋକେ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ପଶ୍ଚିମ ବଂଗାଲ୍ ରେ ବି ନାଗରିକତା ଆଇନ ଓ ଏନଆରସି ବିରୋଧରେ ଧାରଣା ଦେଇଥିଲେ।
