ଏସପି ଅଫିସ ବାହାରେ ଦେହରେ ନିଆଁ ଲଗେଇଲେ ଦୁଷ୍କର୍ମ ପୀଡ଼ିତା

ଅପରାଧଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ଦେହରେ ନିଆଁ ଲଗାଇ ଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା ଉଦ୍ୟମ। ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଏସପି ଅଫିସ ବାହାରେ ଦେହରେ କିରୋସିନି ଢାଳି ନିଆଁ ଲଗାଇଛନ୍ତି ଦୁଷ୍କର୍ମ ପୀଡ଼ିତା। ଏ ଘଟଣା ନେଇ ଜିଲ୍ଲାରେ ଆଲୋଡନ ପାଇଁ କରିଛି। ତୁରନ୍ତ ପୋଲିସ କର୍ମୀ ନିଆଁ ଲିଭାଇବା ସହ ତାଙ୍କୁ ଜିଲ୍ଲା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କାନପୁର ହେଲଟ ମେଡିକାଲକୁ ରେଫର୍ କରାଯାଇଛି।

ଯୁବତୀଙ୍କ ଅଭିଯୋଗ, ଗାଁର ଜଣେ ଯୁବକ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଛି। ଏନେଇ ସେ ୨୦୧୯ ଅକ୍ଟୋବର ୨ ତାରିଖରେ ଥାନାରେ ରିପୋର୍ଟ କରିଥିଲେ। ଏବଂ ୨୦୧୯ ଡିସେମ୍ବର ୧୩ ତାରିଖରେ ପୋଲିସ ମାମଲାର ଚାର୍ଜ ସିଟ୍ ଦାଖଲ କରିଥିଲା।

ଏହାପରେ ଅଭିଯୁକ୍ତ ଉଚ୍ଚ ନ୍ୟାୟାଳୟରୁ ବେଲ୍ ପାଇବା ପରେ ଯୁବତୀ ନାଖୁସ୍ ଥିଲେ। ଏଥିରେ ମର୍ମାହତ ହୋଇ ଯୁବତୀ ଜଣକ ଏସପି ଅଫିସ ପହଞ୍ଚି ନିଜ ଦେହରେ ନିଆଁ ଲଗେଇ ଦେଇଥିଲେ। ଏସପି ବିକ୍ରାନ୍ତ୍ ବୀରଙ୍କ କହିବା ଅନୁସାରେ ଯୁବତୀଙ୍କ ଶରୀର ୬୦ ପ୍ରତିଶତ ପୋଡିଛି। ତାଙ୍କ ଚିକିତ୍ସା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି।

ପୀଡ଼ିତାଙ୍କୁ କାନପୁରର ହେଲଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ହେଲେ ଡାକ୍ତରଙ୍କ ଚେକ୍ ଅପ୍ ପରେ ଜଣା ପଡ଼ିଛି ଯେ ପୀଡ଼ିତାଙ୍କ ଦେହ ୮୫ ପ୍ରତିଶତ ପୋଡି ଯାଇଛି।