ଖଣି ଟଙ୍କାରେ ହେବ ଶ୍ରୀଜଗନ୍ନାଥ ଐତିହ୍ୟର ବିକାଶ !

ଓଡ଼ିଶାବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ପୁରୀ ଶ୍ରୀଜଗନ୍ନାଥ ଐତିହ୍ୟର ବିକାଶ ଚିନ୍ତା। ଏନେଇ ଆଗେଇ ଆସିଛି ଖଣି ଓ ଇସ୍ପାତ ବିଭାଗ। ଖଣି ଟଙ୍କାରେ ଐତିହାସିକ୍ ସ୍ଥଳର ବିକାଶ କରାଯିବ। ଖଣି ବିଭାଗ ଦେଇଥିବା ଖଣିରୁ ସଂଗୃହିତ ଟଙ୍କାକୁ ଅବଢ଼ା ଯୋଜନାରେ ଖର୍ଚ୍ଚ କରା ଯାଇ ବିକାଶ କାର୍ଯ୍ୟ କରାଯିବା ନେଇ ସୂଚନା ମିଳିଛି।

ଏଥିପାଇଁ ଖଣି ଓ ଇସ୍ପାତ ବିଭାଗ ଓଏମସିକୁ ୬ଟି ଖଣି ଦେଇଛି। ସେ ମଧ୍ୟରୁ ଯାଜପୁରରେ ୩, ଖୋର୍ଦ୍ଧାରେ ୨ ଓ କଟକର ଗୋଟିଏ ଖଣି ରହିଛି। ଓଡ଼ିଶା ଖଣି ନିଗମ ଜରିଆରେ ଲଘୁ ଖଣିଜ ପଦାର୍ଥ ଉତ୍ତୋଳନ ହେବାକୁ ଥିବା ଖଣିଜ ପଦାର୍ଥ ପୂର୍ତ୍ତ ବିଭାଗ କି ଅନ୍ୟ କୌଣସି ସଂସ୍ଥାକୁ ଯୋଗାଇ ଦିଆଯିବ। ଏଥିରୁ ସଂଗୃହୀତ ଟଙ୍କା ଅବଢ଼ା ଯୋଜନାରେ ଖର୍ଚ୍ଚ କରାଯିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ଅବଢ଼ା ଯୋଜନା ପୁରୀ ଐତିହ୍ୟସ୍ଥଳର ବିକାଶ ଲାଗି ପ୍ରଯୁଜ୍ୟ।