ପିଆଜ ଦର ବୃଦ୍ଧିର ପ୍ରତୀକାତ୍ମକ ପ୍ରତିବାଦ: ପରସ୍ପରକୁ ରସୁଣ ପିଆଜ ମାଳା ପିନ୍ଧାଇଲେ ବର କନ୍ୟା

ଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ଏବେ ପିଆଜ ଦର ବୃଦ୍ଧି ନେଇ ସମଗ୍ର ଦେଶରେ ପ୍ରତିବାଦ। ଆଗରୁ ପିଆଜ କାଟିଲେ ଲୁହ ବାହାରୁଥିଲା ହେଲେ ଏବେ ପିଆଜକୁ ଦେଖିଲେ ଆଖିରୁ ଲୁହ ବାହାରୁଛି। କେଜି ପ୍ରତି ୧୦୦ ଟଙ୍କାରୁ ତଳକୁ ଖସୁ ନ ଥିବାରୁ ଦୋକାନୀ ଓ ଖାଉଟିଙ୍କ ଚିନ୍ତା ବଢି ଯାଇଛି। ପ୍ରତିବାଦ, ବିକ୍ଷୋଭ ପରେ ବି ଦର ନିୟନ୍ତ୍ରଣ ହେଉନ ଥିବାରୁ ଲୋକେ କେଜିଏ ଜାଗାରେ ୫୦୦ କି ୨୫୦ ଗ୍ରାମ ପିଆଜ ନେଇ ଚଳାଇ ଦେଉଛନ୍ତି।

ହେଲେ ପିଆଜ ଦର ବୃଦ୍ଧି ନେଇ ବାରଣାସୀରେ ଅଭିନବ ଉପାୟରେ ପ୍ରତିବାଦ କରାଯାଇଛି। ବିବାହ ବେଳେ ବର କନ୍ୟା ରସୁଣ ଓ ପିଆଜ ମାଳା ପରସ୍ପରକୁ ପିନ୍ଧାଇଥିଲେ। କେବଳ ଏତିକି ନୁହେଁ, ବିବାହ ସମାରୋହରେ ସାମିଲ ହୋଇଥିବା ଲୋକେ ମଧ୍ୟ ନବ ଦମ୍ପତିଙ୍କୁ ପିଆଜ ଉପହାର ଦେଇଥିଲେ।

ସମାଜବାଦୀ ନେତା କମଳ ପଟେଲ କହିଛନ୍ତି ଯେ, ଏବେ ପିଆଜ ଦର ଆକାଶଛୁଆଁ ହୋଇଛି। ଦୀର୍ଘ ମାସେ ହେଲା ଏଭଳି ସ୍ଥିତି ଜାରି ରହିଛି। ପିଆଜ ସୁନା ଭଳି ମୂଲ୍ୟବାନ ହୋଇଯାଇଛି। ଆଉ ଜଣେ ନେତାଙ୍କ କହିବା କଥା ହେଲା, ପିଆଜ ଦରବୃଦ୍ଧି ନେଇ ଏହା ବର କନ୍ୟାର ପ୍ରତୀକାତ୍ମକ ପ୍ରତିବାଦ। ନିଜ ବିରୋଧ ପ୍ରଦର୍ଶନ କରିବା ପାଇଁ ଏଭଳି ଅଭିନବ ଉପାୟ କରିଛନ୍ତି।

ଏ ନେଇ ସମାଜବାଦୀ ନେତା କହିଛନ୍ତି, ନବ ଦମ୍ପତିଙ୍କ ପାଇଁ ଏହା ଏୈତିିହାସିକ୍ ଦିନ। ତେଣୁ ଏ ଅବସରରେ ପିଆଜ ରସୁଣ ଦର ବୃଦ୍ଧିର ଏଭଳି ଭାବେ ବିରୋଧ ପ୍ରଦର୍ଶନ କରିଛନ୍ତି।