ନବନୀତା ବ୍ୟୁରୋ। ଲୋକସଭା ପରେ ନାଗରିକତା ସଂଶୋଧନ ବିଲ ବୁଧବାର ରାଜ୍ୟସଭାରେ ମଧ୍ୟ ପାରିତ ହୋଇଛି। ଏହା କେନ୍ଦ୍ର ସରକାର ଲାଗି ଏକ ବଡ଼ ଐତିହାସିକ ଜିତ। ବିଲକୁ ନେଇ ରାଜ୍ୟସଭାରେ ମତଦାନ ହୋଇଥିଲା। ଏଥିରେ କେନ୍ଦ୍ର ସପକ୍ଷରେ ବହୁମତ ଯାଇଥିଲା। ସପକ୍ଷରେ ୧୨୫ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୧୦୫ ଭୋଟ ପଡ଼ିଥିଲା। ତେବେ ରାଜ୍ୟସଭାରେ କଣ ଗଣିତ ଥିଲା ଓ କେଉଁ କେଉଁ ଦଳ ତଥା ମୋଦୀ ଶାହାଙ୍କ ସପକ୍ଷରେ ମତଦାନ କରିଛନ୍ତି।
ବହୁମତ ଲାଗି ସଂଖ୍ୟା
ରାଜ୍ୟସଭାରେ ମୋଟ ସାଂସଦଙ୍କ ସଂଖ୍ୟା ୨୪୫। ହେଲେ ଏବେ ରାଜ୍ୟସଭାରେ ୨୪୦ ଜଣ ସାଂସଦ ଅଛନ୍ତି। ତେଣୁ ନାଗରିକତା ସଂଶୋଧନ ବିଲ ପାସ ଲାଗି ୧୨୧ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ।
ବିଜେପି ସାଂସଦ
ଶାସକ ଦଳ ବିଜେପି ପାଖରେ ରାଜ୍ୟସଭାରେ ମୋଟ ୮୩ ସାଂସଦ ଅଛନ୍ତି। ସଂଖ୍ୟା ଗରିଷ୍ଠତା ଲାଗି ବିଜେପିକୁ ଉଚ୍ଚ ସଦନରେ ୩୭ ଅନ୍ୟ ସାଂସଦଙ୍କ ସମର୍ଥନ ଜରୁରୀ ଥିଲା।
ବିଲ୍ ପାସ କରାଇବା ପାଇଁ ଢେର୍ ସଂଖ୍ୟା
ବିଜେପିର ୮୩ ସାଂସଦ ବ୍ୟତୀତ ବିଜେଡ଼ି, ଜେଡ଼ିୟୁ, ଅକାଳି ଦଳ, ନାମିତ ସଦସ୍ୟ, ଏଆଇଡିଏମକେ, ଏଲଜେପି ମଧ୍ୟ କେନ୍ଦ୍ର ସରକାର ସମର୍ଥନରେ ଥିଲେ। ତେଣୁ ବିଲ ରାଜ୍ୟସଭାରେ ଉପସ୍ଥାପିତ କରିବା ପୂର୍ବରୁ ହିଁ ବିଜେପି ପାଖରେ ପାଖାପାଖି ୧୨୮ ସାଂସଦଙ୍କ ସମର୍ଥନ ଥିଲା।
ସପକ୍ଷରେ ମତଦାନ ଦଳ
ଏଆଇଡିଏମକେ ୧୧
ବିଜେଡ଼ି ୦୭
ଜେଡ଼ିୟୁ ୦୬
ଅକାଳି ଦଳ ୦୩
ନାମିତ ସଦସ୍ୟ ୦୪
ଏଲଜେପି ୦୧
ଅନ୍ୟ। ୧୦
ୱର୍କ ଆଉଟ୍ କଲା ଶିବସେନା
ଲୋକସଭାରେ ଶିବସେନା ଏହି ବିଲକୁ ସମର୍ଥନ କରିଥିଲା। ହେଲେ କଂଗ୍ରେସର ଅପ୍ରସନ୍ନତା ପରେ ରାଜ୍ୟସଭାରେ ମତଦାନ ସମୟରେ ଶିବସେନାର ତିନି ସଦସ୍ୟ ଓ୍ୱର୍କ ଆଉଟ୍ କରିଥିଲେ।
ବିପକ୍ଷରେ ମତଦାନ ଦଳ
କଂଗ୍ରେସ ୪୬
ତୃଣମୂଳ କଂଗ୍ରେସ ୧୩
ଏସପି ୦୯
ବାମଦଳ ୦୬
ଟିଆରଏସ୍ ୦୬
ଡିଏମକେ ୦୫
ଆରଜେଡି ୦୪
ଆପ ୦୩
ବିଏସପି ୦୪
ଅନ୍ୟ ସାଂସଦ ୦୯
