ନବନୀତା ବ୍ୟୁରୋ। ନାଗରିକତା ସଂଶୋଧନ ବିଲ ଲୋକସଭାରେ ପାରିତ ହୋଇଛି। ବିଲ ସପକ୍ଷରେ ୩୧୧ ଓ ବିପକ୍ଷରେ ୮୦ ଭୋଟ ପଡ଼ିଥିଲା। ଗୃହ ମନ୍ତ୍ରୀ ଅମିତ୍ ଶାହା ସୋମବାର ଲୋକସଭାରେ ଏହି ବିଲକୁ ଉପସ୍ଥାପିତ କରିଥିଲେ। ପ୍ରବଳ ବିରୋଧ ସତ୍ତ୍ଵେ ସଦନରେ ପେଶ୍ କରିଥିଲେ। ବିରୋଧୀ କଂଗ୍ରେସ ଏହାକୁ ଜୋରଦାର ବିରୋଧ କରିଥିଲା। ଫଳରେ ସଦନରେ ଭୋଟିଂ କରାଯାଇଥିଲା। ଅଧିକାଂଶ ସାଂସଦ ବିଲ ସପକ୍ଷରେ ମତ ଦେଇଥିବାରୁ ସଦନରେ ଆଲୋଚନା ହୋଇଥିଲା। ବିଲ୍ ସପକ୍ଷରେ ଅଧିକ ଲୋକଙ୍କ ସମର୍ଥନ ଥିବା ବେଳେ କିଛି ଲୋକ ଏହାକୁ ବିରୋଧ କରିଥିଲେ। ଏପରିକି ବଲିଉଡର ତିନି ଜଣ ଅଭିନେତ୍ରୀ ମଧ୍ୟ ଵିଲ ଉପରେ ଆପତ୍ତି ଉଠାଇଥିଲେ।

ସ୍ୱରା ଭାସ୍କର ଟୁଇଟ୍ କରି ଲେଖିଛନ୍ତି ଯେ, ମୁଁ ଚାହୁଁ ନାହିଁ କି ଜଣେ କରଦାତା ଭାବେ ମୋର ପରିଶ୍ରମର କମାଇ ଏହି ବିମାର ବ୍ରିଗେଡ ପରିଯୋଜନାରେ ଖର୍ଚ୍ଚ ହେଉ।

ଅଭିନେତ୍ରୀ ଗୌହର ଖାନ୍ ବି ନାଗରିକତା ସଂଶୋଧନ ବିଲକୁ ବିରୋଧ କରିଛନ୍ତି। ସେ ଟୁଇଟରରେ ଲେଖିଛନ୍ତି ଯେ ଏହି ବିଲ ଭାରତୀୟ ଲୋକତନ୍ତ୍ର ପାଇଁ ଦୁଃଖର ଦିନ।

ସେହିପରି ୠଚା ଚଢ଼ା ମଧ୍ୟାଏହି ବିଲ ଉପରେ ନିଜ ପ୍ରତିକ୍ରିୟା ଦେଇ ଟୁଇଟ୍ କରିଛନ୍ତି। ଏକ ଟୁଇଟକୁ ସେୟାର କରି ସେ ଲେଖିଛନ୍ତି, ଈଶ୍ୱର ଆମକୁ ବଞ୍ଚାଅ।

ସେପଟେ ଲୋକସଭାରେ ନାଗରିକତା ସଂଶୋଧନ ବିଲ ପାସ ହେବା ପରେ ଖୁସି ଜାହିର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ଟୁଇଟ୍ କରି ଲେଖିଛନ୍ତି ଯେ, ଜୋରଦାର ଆଲୋଚନା ପରେ ନାଗରିକତା ସଂଶୋଧନ ବିଲ ୨୦୧୯ ପାରିତ ହୋଇଛି। ବିଧେୟକକୁ ସମର୍ଥନ କରିଥିବାରୁ ବିଭିନ୍ନ ସାଂସଦ ଓ ଦଳକୁ ଧନ୍ୟବାଦ୍ ଜଣାଇଛନ୍ତି। ଏହା ଭାରତର ସଦିୟୋ ପୁରୁଣା ଲୋକଚାର ଓ ମାନବୀୟ ମୂଲ୍ୟର ବିଶ୍ୱାସର ଅନୁରୂପ ଅଟେ।
