ରାଜ୍ୟସଭାରେ ଉପସ୍ଥାପିତ ହୋଇପାରେ ନାଗରିକତା ସଂଶୋଧନ ବିଲ୍

ଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ଲୋକସଭାରେ ପାସ ପରେ ରାଜ୍ୟସଭାରେ ଉପସ୍ଥାପିତ ହୋଇପାରେ ନାଗରିକତା ସଂଶୋଧନ ବିଲ। ସୋମବାର ପ୍ରବଳ ହଟ୍ଟଗୋଳ ମଧ୍ୟରେ ନାଗରିକତା ସଂଶୋଧନ ବିଲ ପାରିତ ହୋଇଥିଲା। ଵିଲ୍ ବିରୋଧରେ ୮୦ ଭୋଟ ପଡ଼ିଥିବା ବେଳେ ସପକ୍ଷରେ ୩୧୧ ଭୋଟ ପଡ଼ିଥିଲା। ଲୋକସଭାରେ ପାରିତ ହେବା ପରେ ଆଜି ରାଜ୍ୟସଭାରେ ଉପସ୍ଥାପିତ କରାଯିବା ସମ୍ଭାବନା ରହିଛି। ଯେଉଁଥି ପାଇଁ ବିଜେପି ପକ୍ଷରୁ ସମସ୍ତ ସାଂସଦଙ୍କୁ ହୁଇପ ଜାରି କରାଯାଇଛି। ୧୦ ଓ ୧୧ ତାରିଖ ରାଜ୍ୟସଭାରେ ସମସ୍ତ ସାଂସଦଙ୍କୁ ଉପସ୍ଥିତ ରହିବାକୁ ବିଜେପି ହୁଇପ ଜାରି କରିଛି।

ଏଥିସହ ଶସ୍ତ୍ର ସଂଶୋଧନ ବିଲ ମଧ୍ୟ ଉପସ୍ଥିତ ହେବା ସମ୍ଭାବନା ରହିଛି। ଲୋକସଭାରେ ପାସ ପରେ ଆଜି ରାଜ୍ୟସଭାରେ ଉପସ୍ଥାପିତ ହେବ। ବେଆଇନ୍ ଅସ୍ତ୍ର ରଖିଥିବା ଲୋକଙ୍କୁ ଆଜୀବନ ସଜା ଓ ବିବାହ ଉତ୍ସବରେ ଗୁଳି ଚଳାଇ ଜୀବନ ସଙ୍କଟରେ ପହଞ୍ଚାଉଥିବା ବ୍ୟକ୍ତିଙ୍କୁ ଦୁଇ ବର୍ଷ ସଜା କିମ୍ବା ଏକ ଲକ୍ଷ ଟଙ୍କା ଜୋରିମାନା ନହେଲେ ଉଭୟ ବ୍ୟବସ୍ଥା ରହିଛି। ତାସହ କିଛି ନୂଆ ଅପରାଧକୁ ବି ବିଲରେ ସାମିଲ୍ କରାଯାଇଛି।

ତାସହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣା ଉପରେ ନିଜ ମନ୍ତବ୍ୟ ରଖିବେ। ଏହା ବ୍ୟତୀତ ରେଳ, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ କ୍ଷେତ୍ରୀୟ ବ୍ୟାପକ ଆର୍ଥିକ ଭାଗିଦାରୀରେ ଭାରତର ସ୍ଥିତି ସମ୍ପର୍କରେ ବୟାନ ରଖିବା ସମ୍ଭାବନା ରହିଛି।