ନାଗରିକତା ସଂଶୋଧନ ବିଧେୟକ ବିଲ ଲୋକସଭାରେ ପାସ

ଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ନାଗରିକତା ସଂଶୋଧନ ବିଧେୟକ ବିଲ ଲୋକସଭାରେ ପାରିତ ହୋଇଛି। ବିଧେୟକ ସପକ୍ଷରେ ୩୧୧ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୮୦ ଭୋଟ ପଡ଼ିଥିଲା। ଗୃହ ମନ୍ତ୍ରୀ ଅମିତ୍ ଶାହା ସୋମବାର ଲୋକସଭାରେ ବିଧେୟକ ଉପସ୍ଥାପିତ କରିଥିଲେ। ପ୍ରବଳ ହଟ୍ଟଗୋଳ ମଧ୍ୟରେ ଶାହା ସଦନର ଉପସ୍ଥାପନ କରୁଥିବା ବେଳେ ବିରୋଧୀ କଂଗ୍ରେସ ଏହାକୁ ଜୋରଦାର ବିରୋଧ କରିଥିଲା। ବିଲକୁ ସଦନର ଉପସ୍ଥାପିତ କରିବା ପରେ ଭୋଟିଂ କରାଯାଇଥିଲା। ସପକ୍ଷରେ ୨୯୩ ଓ ବିପକ୍ଷରେ ୮୨ ଭୋଟ ପଡ଼ିଥିଲା। ତାପରେ ଏହା ଉପରେ ଆଲୋଚନା ହୋଇଥିଲା।


ଅମିତ୍ ଶାହା ସରକାରଙ୍କ ପକ୍ଷ ସଦନରେ ରଖିଥିଲେ। କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା ଦୟାନିଧି ମାରାନଙ୍କୁ ଜବାବ୍ ଦେଇ କହିଥିଲେ ଯେ, ଆମକୁ ସମସ୍ତଙ୍କ ଚିନ୍ତା ରହିଛି। ଏପରିକି ପିଓକେ ଓ ସେଠାକାର ନାଗରିକମାନେ ମଧ୍ୟ ଆମର ବୋଲି ଶାହା କହିଥିଲେ ।