ପୃଥ୍ବୀ-୨ ମିସାଇଲର ସଫଳ ପରୀକ୍ଷଣ

ଓଡ଼ିଶାଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ପୃଥ୍ବୀ-୨ ମିସାଇଲର ସଫଳ ପରୀକ୍ଷଣ। ତାହା ପୁଣି ରାତ୍ରୀ ସମୟରେ ପରୀକ୍ଷା କରି ସଫଳତା ପାଇଛି। ସୋମବାର ରାତିରେ ଓଡ଼ିଶାର ବାଲେଶ୍ବରରେ ଏହି ମିସାଇଲର ପରୀକ୍ଷଣ କରାଯାଇଛି। କେବଳ ଏହି ମିସାଇଲ ନୁହେଁ, ଏହା ପୂର୍ବରୁ ନଭେମ୍ବର ୨୦ ତାରିଖରେ ମଧ୍ୟ ପୃଥ୍ବୀ-୨ ମିସାଇଲର ମଧ୍ୟ ପରୀକ୍ଷା କରାଯାଇଥିଲା। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମିସାଇଲର ପରୀକ୍ଷା ସଫଳ ହୋଇଛି।

ଏହି ମିସାଇଲ ୫୦୦ ରୁ ୧୦୦୦ କିଲୋଗ୍ରାମ ଓଜନର ଯୁଦ୍ଧ ସାମଗ୍ରୀ ବହନ କରିବାର କ୍ଷମତା ରହିଛି। ଏଥିରେ ଆଗକୁ ଠେଲିବା ପାଇଁ ଦୁଇଟି ଲିକ୍ୟୁଇଡ୍ ଲାଗିଛି। ପାଖାପାଖି ୩୫୦ କିଲୋମିଟର ଦୂର ଯାଏ ଶତ୍ରୁ ପକ୍ଷକୁ ଆକ୍ରମଣ କରି ପରିବା କ୍ଷମତା ରହିଛି। ଏପରିକି ଏଥିରେ ଆଡଭାନ୍ସ ଗାଇଡେନସ ସିଷ୍ଟମ୍ ଲାଗିଥିବାରୁ ଅତି ସହଜରେ ଲକ୍ଷ୍ୟ ଭେଦ କରି ପାରିବ।

୨୦୦୩ ରୁ ସେନାରେ ଥିବା ଏହି ମିସାଇଲର ଲମ୍ବ ୯ ମିଟର। ପୃଥ୍ବୀ ଡିଆରଡିଓ ଦ୍ଵାରା ତିଆରି କରାଯାଇଥିବା ପ୍ରଥମ ମିସାଇଲ। ତେବେ ରାତି ସମୟରେ ପରୀକ୍ଷା କରିବା ପାଇଁ ପ୍ରଡକ୍ସନ ଷ୍ଟକ୍ ପକ୍ଷରୁ ଏହି ମିସାଇଲକୁ ଚୟନ କରାଯାଇଥିଲା। ଲଚିଂ କାର୍ଯ୍ୟକ୍ରମ ଷ୍ଟ୍ରେଟେଜିକ୍ ଫୋର୍ସ କମାଣ୍ଡ ଦ୍ଵାରା କରାଯାଇଥିବା ବେଳେ ଏହାର ଗତିବିଧି ଉପରେ ଡିଆରଡିଓ ବୈଜ୍ଞାନିକ ନଜର ରଖିଥିଲେ।