ନବନୀତା ବ୍ୟୁରୋ। ମହଙ୍ଗା ହେଲା ଭୋଡା, ଆଇଡିଆ ଓ ଏଆରଟିଏଲ୍ ମୋବାଇଲରେ କଥା ହେବା। ମୋବାଇଲ ସେବା ଯୋଗାଉଥିବା କମ୍ପାନୀ ନୂଆ ଟାରିଫ୍ ଲାଗୁ କରିଛନ୍ତି, ଏହାଦ୍ବାରା ଗ୍ରାହକଙ୍କ ଖର୍ଚ୍ଚ ଦେଢ ଗୁଣା ଯାଏ ବୃଦ୍ଧି ହେବ। ତେବେ କମ୍ପାନୀର ସବୁଠାରୁ ବଡ଼ ଝଟକା ହେଲା ଇନକମିଂ କଲ୍। ଗ୍ରାହକ ଏଫୟୁସି ଅନୁସାରେ ଅନ୍ୟ ନେଟୱର୍କ ସହ କଥା ହେବାକୁ ମିନିଟ୍ ପ୍ରତି ୬ ପଇସା ଦେବାକୁ ପଡ଼ିବ। ବିଶେଷଜ୍ଞଙ୍କ କହିବା ଅନୁସାରେ ଏହା କେବଳ ଆରମ୍ଭ ମାତ୍ର। ଆସନ୍ତା ଦୁଇ ତିନି ତ୍ରୈମାସିକରେ ମାଗଣା ଇନକମିଂ କଲ୍ ମଧ୍ୟ ସମାପ୍ତ ହୋଇପାରେ। ଏସବିଆଇ କ୍ୟାପିଟାଲ ସିକ୍ୟୁରିଟିଚ୍ ପ୍ରମୁଖ ଗବେଷକ ରାଜୀବ ଶର୍ମା କହିଛନ୍ତି ଯେ ପୂର୍ବରୁ ଜିଓ ଅନ୍ୟ ନେଟୱର୍କ ଉପରେ ଆଇୟୁସି ଚାର୍ଜ ପାଇଁ ପ୍ରତି ମିନିଟକୁ ୬ ପଇସା ଲାଗୁ କରି ସାରିଛି। ଏବେ ଭୋଡ଼ାଫୋନ୍, ଆଇଡିଆ ଓ ଏୟାରଟେଲ ମଧ୍ୟ ଏଫୟୁପି ଲଗାଇଛି। ସେ ଆହୁରି କହିଛନ୍ତି ଯେ, ଭଇସ୍ କଲ୍ ଦର୍ ପୁଣି ପ୍ରତ୍ୟାବର୍ତ୍ତନ ହୋଇଛି। ହେଲେ ଏହା ଆଉ ଶୂନ୍ୟ ଯାଏ ଆସିବ ନାହିଁ, କାରଣ ଏଥିପାଇଁ କମ୍ପାନୀଗୁଡ଼ିକ ଏଫୟୁସି ଓ ଅଫ୍ ନେଟର ବ୍ୟବହାର କରୁଛି। ଆଶଙ୍କା କରାଯାଉଛି ଯେ, ଦୂରସଂଚାର କମ୍ପାନୀ ଆସନ୍ତା ୬-୯ ମାସ ମଧ୍ୟରେ ନିଜ ନେଟୱର୍କ ଉପରେ ବି ମାଗଣା ଦର ଅସୁଲ କରିବା ସହ ମାଗଣା ଇନକମିଂ କଲ୍ ଯୁଗ ମଧ୍ୟ ଶେଷ ହୋଇଯିବ।

ଦୂରସଞ୍ଚାର ବିଶେଷଜ୍ଞଙ୍କ କହିବା କଥା ହେଲା, ଆସନ୍ତା ୬ ତାରିଖରେ ଜିଓ ନୂଆ ତାରିଫ ଘୋଷଣା କରିବ। ହେଲେ ଅନ୍ୟ କମ୍ପାନୀ ଅପେକ୍ଷା ଏହା ଗ୍ରାହକଙ୍କୁ ଅଧିକ ଲାଭବାନ ଦେଇପାରେ। କମ୍ପାନୀ ପୂର୍ବରୁ କହି ସାରିଛି ଯେ, ଜିଓ ଅନ୍ୟ କମ୍ପାନୀ ଠାରୁ ୨୦ ପ୍ରତିଶତ ଶସ୍ତା ତାରିଫ୍ ଦେବ, ଯେତେବେଳେ ସେବାରେ ୩୦୦ ପ୍ରତିଶତ ବୃଦ୍ଧି ଜାରି କରିବ।
ତେବେ ଜିଓ ପାଖରେ ସମସ୍ତଙ୍କ ଠାରୁ ଅଧିକ ଗ୍ରାହକ ଥିବା ବେଳେ ୯୦ ପ୍ରତିଶତ ପ୍ରିପେଡ୍ ଗ୍ରାହକ ଅଛନ୍ତି। ଫଳରେ କମ୍ ପରିମାଣର ଦର ବୃଦ୍ଧି କଲାପରେ ବି କମ୍ପାନୀ ଅଧିକ ଫାଇଦା ପାଇବ। ସେପଟେ ଭୋଡ଼ା, ଆଇଡିଆ ଓ ଏୟାରଟେଲର ମୋଟ ଗ୍ରାହକ ମଧ୍ୟରୁ ୩୦ ପ୍ରତିଶତ ପ୍ରିପେଡ୍ ଗ୍ରାହକ ଥିବାରୁ ଏ ଉପରେ କୌଣସି ବୃଦ୍ଧି କରାଯାଇନି।
