ଅର୍ଥବ୍ୟବସ୍ଥାକୁ ଶକ୍ତ ଧକ୍କା: ଦ୍ବିତୀୟ ତ୍ରୈମାସିକରେ ଅଭିବୃଦ୍ଧି ହାର ୪.୫

ଦେଶ ଓ ବିଦେଶବଡ଼ ଖବରବ୍ୟବସାୟ

ନବନୀତା ବ୍ୟୁରୋ। ପୁଣି ଖସିଲା ଅଭିବୃଦ୍ଧି ହାର। ଲଗାତର ଦ୍ବିତୀୟ ଥର ଲାଗି ଅଭିବୃଦ୍ଧି ହାର କମିବା ସହ ଦେଶର ଅର୍ଥବ୍ୟବସ୍ଥାକୁ ଶକ୍ତ ଧକ୍କା ଲାଗିଛି। ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସିକ ତଥା ଜୁଲାଇ- ସେପ୍ଟେମ୍ବର ମାସରେ ୪.୫ ପ୍ରତିଶତ ଅଭିବୃଦ୍ଧି ହାର ରହିଛି। ଏହା ପୂର୍ବରୁ ପ୍ରଥମ ତ୍ରୈମାସିକରେ ଅଭିବୃଦ୍ଧି ହାର ୫ ପ୍ରତିଶତ ରହିଥିଲା। ଶୁକ୍ରବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହି ସଂଖ୍ୟା ଜାରି କରିଥିଲା।

ଗୁରୁବାର ବିଶେଷଜ୍ଞମାନେ କରିଥିବା ଏକ ସର୍ଭେରୁ ଜଣା ପଡିଥିଲା ଯେ,ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସିକ ଅଭିବୃଦ୍ଧି ହାର ୪.୭ ପ୍ରତିଶତକୁ ହ୍ରାସ ପାଇପାରେ। ସର୍ଭେ ଅନୁସାରେ ବିଶ୍ଵ ଅର୍ଥନୈତିକ କାରବାରରେ ଭାରତର ରପ୍ତାନୀ ଉପରେ ବହୁ ପ୍ରଭାବ ପକାଇଛି। ଜୁନ୍ ତ୍ରୈମାସିକରେ ଅଭିବୃଦ୍ଧି ହାର ୫ ପ୍ରତିଶତ ରହିଥିଲା। ହେଲେ ସେପ୍ଟେମ୍ବର ତ୍ରୈମାସିକରେ ଏହା ପୂର୍ବ ୨୬ ତ୍ରୈମାସିକ ମଧ୍ୟରେ ସବୁଠାରୁ ଦୁର୍ବଳ ରହିପାରେ। ସେପଟେ ଅଭିବୃଦ୍ଧି ହାର ହ୍ରାସ ନେଇ ଚିନ୍ତା ପ୍ରକଟ କରିଛନ୍ତି ପୂର୍ବତନ ପ୍ରଧାନ ମନ୍ତ୍ରୀ ମନମୋହନ ସିଂହ।