ଏହି ଅଭିନେତ୍ରୀ ଉଦ୍ଧବ ଠାକରେ ସିଏମ୍ ହେବା ନେଇ ତଡପିଲେ- ଭିଡିଓ ଭାଇରାଲ୍

ଦେଶ ଓ ବିଦେଶବଡ଼ ଖବରମନୋରଞ୍ଜନରାଜନୀତିସୋସିଆଲ ମେଡିଆ

ନବନୀତା ବ୍ୟୁରୋ। ଆଜିଠାରୁ ମହାରାଷ୍ଟ୍ରରେ ଠାକରେ ରାଜ। ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ହେଲେ ଏହାରି ଉପରେ ବଲିଉଡର ଅନେକ କଳାକାର ନିଜ ନିଜ ପ୍ରତିକ୍ରିୟାରେ ଦେବାରେ ଲଗାଇଛନ୍ତି। ସେ ମଧ୍ୟରୁ ଅଭିନେତ୍ରୀ ତଥା ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ରାକ୍ଷୀ ସାୱନ୍ତ ବି ନିଜ ପ୍ରତିକ୍ରିୟା ଦେଇଛନ୍ତି। ସେ ସମ୍ପୂର୍ଣ ଭାବରେ ଶିବସେନା ଓ ଉଦ୍ଧବ ଠାକରେଙ୍କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଉଦ୍ଧବ ଠାକରେଙ୍କ ଡିଏନଏରେ ରାଜନୀତି ଭରି ରହିଛି ଓ ମହାରାଷ୍ଟ୍ରରେ ଶିବସେନା ସରକାର ଗଠନ ହେବା ଦ୍ବାରା ଆତଙ୍କ ବି ହେବ ନାହିଁ। ଏନେଇ ରାକ୍ଷୀ ବୁଧବାର ଏକ ଭିଡିଓ ସେୟାର କରିଛନ୍ତି।

View this post on Instagram

#Shivsena #uddhavthakrey #ncp #maratha #samnanewspaper📰

A post shared by Rakhi Sawant (@rakhisawant2511) on

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଲାଗି ମୁଁ ବହୁତ୍ ତଡ଼ପୁଛି ବୋଲି ରାକ୍ଷୀ ଭିଡିଓରେ କହୁଥିବା ଦେଖିବାକୁ ମିଳିଛି। ଏପରିକି ମୁଁ ପ୍ରଥମ ଦିନରୁ ହିଁ ଚାହୁଁ ଥିଲେ ଯେ, ଉଦ୍ଧବ ଠାକରେ ଜୀ ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ପାୱାର ଓ ଠାକରେ ଜୀ ଭଲ ସରକାର ଗଢ଼ନ୍ତୁ। ହେଲେ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ହେବା ନେଇ ସେ ବେଶୀ ଇଚ୍ଛା ପ୍ରକଟ କରିଛନ୍ତି। ଠାକରେ ସିଏମ୍ ହେଲେ ମରାଠୀ ଓ ସବୁ ଜାତି ପାଇଁ ଭଲ ହେବ। କେବଳ ଏତିକି ନୁହେଁ, ପାୱାର ସାହାବ୍ ଙ୍କୁ ମଧ୍ୟ ତାରିଫ୍ କରିଛନ୍ତି ରାକ୍ଷୀ। ଘଡି ସନ୍ଧି ମୁହୂର୍ତ୍ତରେ ପାୱାର ଯେଭଳି ନିଷ୍ପତ୍ତି ନେଲେ ତାହାକୁ ଖୁବ୍ ପ୍ରଶଂସା କରିଛନ୍ତି। କାରଣ ସେ ତାଙ୍କ ଟିମର ଖରାପ୍ ଲୋକଙ୍କୁ ବାହାର କରି ଦେଇଛନ୍ତି।