ନବନୀତା ବ୍ୟୁରୋ। ଫଡନାଭିସଙ୍କୁ ବହୁମତ ସାବିତ କରିବା ପାଇଁ ହୋଇପାରେ ଅଡ଼ୁଆ। ଅଜିତ ପାୱାରଙ୍କୁ ସମର୍ଥନ ଦେଇଥିବା ଅଧିକାଂଶ ଏନସିପି ବିଧାୟକ ଶରଦ ପାୱାରଙ୍କ ନିକଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଫଳରେ ଅଜିତ୍ ଏକ ଘରକିଆ ହେବାକୁ ଲାଗିଲାଣି। ସେପଟେ ୩୦ ତାରିଖ ମଧ୍ୟରେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେଇନ ପାରିଲେ ଫଡନାଭିସ ସରକାର ଭଙ୍ଗ ହୋଇଯିବ।


ତେଣୁ ମହାରାଷ୍ଟ୍ରରେ ଫଡନାଭିସଙ୍କୁ ବହୁମତ ସାବିତ୍ ନ କରିଦେବାକୁ ଏନସିପି, ଶିବସେନା ଓ କଂଗ୍ରେସ ପକ୍ଷରୁ ଜୋରସୋର ପ୍ରୟାସ ଚାଲିଛି। ଏଥିପାଇଁ ମୁମ୍ବାଇ ହୋଟେଲ୍ ଗ୍ରାଣ୍ଡ ହୟାତରେ ତିନି ଦଳର ବିଧାୟକଙ୍କ ପରେଡ୍ କରାଯାଉଛି। ଯେଉଁଥିରେ ତିନି ଦଳର ପ୍ରଭାବଶାଳୀ ନେତା ଶରଦ ପାୱାର, ଉଦ୍ଧବ ଠାକରେ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ଉପସ୍ଥିତ ଥିଲେ। ଏଠାରେ ତିନି ଦଳର ବିଧାୟକଙ୍କୁ ଶପଥ କରାଇଛନ୍ତି ଏନସିପି ନେତା ଜିତେନ୍ଦ୍ର ଅୱହଦ୍।

ତିନି ଦଳର ବିଧାୟକ ଶରଦ ପାୱାର, ସୋନିଆ ଗାନ୍ଧୀ ଓ ଉଦ୍ଧବ ଠାକରେଙ୍କ ନାମରେ ଶପଥ ଗ୍ରହଣ କରିଛନ୍ତି। ଶପଥ ପ୍ରତି ନିଷ୍ଠାବାନ, କୌଣସି ପ୍ରଲୋଭନରେ ନ ପଡ଼ିବା ସହ ଗଠବନ୍ଧନ ପ୍ରତି ଆନ୍ତରିକତାର ସହ ରହିବାକୁ ସମସ୍ତେ ଶପଥ ନେଇଛନ୍ତି। ତେବେ ବିଜେପିକୁ କୌଣସି ହାଲତରେ ବି ସମର୍ଥନ ନ କରିବାକୁ ତିନି ଦଳର ୧୬୨ ବିଧାୟକ ପ୍ରତିଜ୍ଞା କରିଛନ୍ତି। ଏଥିସହ ସେମାନେ ନା ଦଳ ବିରୁଦ୍ଧରେ କାମ କରିବେ ନା ପାର୍ଟିର ହୁଇପ୍ ଅବମାନନା କରିବେ।
ଶପଥ ନେବା ଆଗରୁ ବିଧାୟକଙ୍କୁ ସମ୍ବୋଧିତ କରି ଉଦ୍ଧବ କହିଥିଲେ ଯେ, ଏବେ ଆମର ଏତେ ସଂଖ୍ୟା ହୋଇଯାଇଛି ଯେ ସମସ୍ତେ ଗୋଟିଏ ଫଟୋରେ ଆସି ପାରୁ ନାହାନ୍ତି। ସେ ଆହୁରି କହିଛନ୍ତି, ଏବେ ଜଣା ପଡ଼ିବ ଶିବସେନା କ୍ୟା ଚିଜ୍ ହେ। ଶରଦ ପାୱାର ବି ବିଧାୟକଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ବିଜେପି ଭୁଲ୍ ତରିକାରେ ସରକାର ଗଠନ କରିଛି।
ଦେଖନ୍ତୁ ଶପଥ ଗ୍ରହଣର ଭିଡିଓ: ସୌଜନ୍ୟ- ଏଏନ୍ଆଇ
#WATCH Mumbai: Shiv Sena-NCP-Congress MLAs assembled at Hotel Hyatt take a pledge, “I swear that under the leadership of Sharad Pawar, Uddhav Thackeray & Sonia Gandhi, I will be honest to my party. I won’t get lured by anything. I will not do anything which will benefit BJP”. pic.twitter.com/CV8VhOmKl1
— ANI (@ANI) November 25, 2019
