ନାଲକୋ ପକ୍ଷରୁ ୫ ବ୍ୟାଟେରୀ ଚାଳିତ ଗାଡି ଓ ଗୋଟିଏ ପିସିଆର୍ ଭ୍ୟାନ ପ୍ରଦାନ

ଓଡ଼ିଶାବ୍ୟବସାୟ

ନବନୀତା ବ୍ୟୁରୋ। ପୁରୀରେ ପର୍ଯ୍ୟଟକଙ୍କ ପାଇଁ ନବରତ୍ନ କମ୍ପାନୀ ନାଲକୋ ପକ୍ଷରୁ ୫ ବ୍ୟାଟେରୀ ଚାଳିତ ଗାଡି ଓ ଗୋଟିଏ ପିସିଆର୍ ମୋବାଇଲ ଭ୍ୟାନ ପ୍ରଦାନ କରାଯାଇଛି। ପୁରୀର ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ବଲ୍ଲଭ ମଠ ମଧ୍ୟରେ ଏହି ବ୍ୟାଟେରୀ ଚାଳିତ ଗାଡି ଯାତାୟତ କରିବ। ବିଶେଷ କରି ଭିନ୍ନକ୍ଷମ, ଅସୁସ୍ଥ ଓ ବରିଷ୍ଠ ନାଗରିକମାନେ ଏହାର ସୁଫଳ ପାଇପାରିବେ ।

ଏହି ବାହନର ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ର ଖଣି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡ. କେ. ରଜେଶ୍ୱର୍ ରାଓ, ନାଲକୋ ସିଏମଡି ଡ. ତପନ କୁମାର ଚାନ୍ଦ ଓ ନାଲକୋର ଅଧିକାରୀମାନେ ଉପସ୍ଥିତ ଥିଲେ। ଏ ଅବସରରେ ପୁରୀ ପୋଲିସକୁ ଏକ ପିସିଆର୍ ଭ୍ୟାନ ମଧ୍ୟ ପ୍ରଦାନ କରାଯାଇଛି। ଆଜିର ଗାଡ଼ିକୁ ମିଶାଇ ନାଲକୋ ପକ୍ଷରୁ ମୋଟ ୧୨ ଟି ଗାଡି ପ୍ରଦାନ କରାଯାଇଛି। ସେ ମଧ୍ୟରୁ ୫ଟି ବ୍ୟାଟେରୀ ଚାଳିତ ଗାଡି ଜଗନ୍ନାଥ ବଲ୍ଲଭ ମଠ ଓ ଜଗନ୍ନାଥ ମନ୍ଦିର ମନ୍ଦିର ମଧ୍ୟରେ ଚାଲୁଥିବା ବେଳେ ୨ଟି ଗାଡି ରେଳୱେ ଷ୍ଟେସନରେ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ପାଇଁ ଚାଲୁଛି ।

ସୂଚନାଯୋଗ୍ୟ ଯେ, ପୁରୀକୁ ସ୍ଵଚ୍ଛ ଆଇକନିକ ସ୍ଥଳୀରେ ପରିଣତ କରିବା ପାଇଁ ନବରତ୍ନ କମ୍ପାନୀ ନାଲକୋ ଅହରହ ଉଦ୍ୟମ ଚଳାଇଛି।