କୋହଲିର ବିଶ୍ଵ ରେକର୍ଡ ଭାଙ୍ଗିଲେ ରୋହିତ, ବନିଲେ ୧ ନମ୍ବର ଖେଳାଳି

ଖେଳଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ଟିମ୍ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ବିଶ୍ଵ ରେକର୍ଡ ଭାଙ୍ଗିଲେ ଉପ ଅଧିନାୟକ ରୋହିତ ଶର୍ମା। ବାଂଲାଦେଶ ବିପକ୍ଷ ଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମରେ ପ୍ରଥମ ଟି-୨୦ ମ୍ୟାଚରେ ଓହ୍ଲାଇବା ମାତ୍ରେ କୋହଲୀଙ୍କ ରେକର୍ଡ଼ ଭାଙ୍ଗି ନିଜେ ନମ୍ବର ୧ ବନିଛନ୍ତି। ଭାରତ ପାଇଁ ସବୁଠୁ ଅଧିକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାରେ ରେକର୍ଡ ସୃଷ୍ଟି କରିଛନ୍ତି। ରୋହିତ ବ୍ୟାଟିଂ କରିବାକୁ ଓହ୍ଲାଇ କିଛି ବଲ୍ ଖେଳିବା ପରେ ସେ ଆଉ ଏକ ଇତିହାସ ରଚିଛନ୍ତି।

ଡାହାଣ ହାତୀ ବ୍ୟାଟସ୍ ମ୍ୟାନ ରୋହିତ ଶର୍ମା ଦେଶର ସବୁଠାରୁ ଅଧିକ ଟି-୨୦ ଅନ୍ତର୍ଜାତୀୟ ରନ୍ ସଂଗ୍ରହ କରିଥିବା ନମ୍ବର ୧ ଖେଳାଳି ବନିଛନ୍ତି। ଏଥିସହ ବିରାଟ କୋହଲିଂକ ବିଶ୍ଵ ରେକର୍ଡ ବି ଭାଙ୍ଗି ଦେଇଛନ୍ତି ରୋହିତ। କୋହଲି ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ୨୪୫୦ ରନ୍ ସଂଗ୍ରହ କରିଛନ୍ତି। ହେଲେ ରୋହିତ ଫଟାଫଟ କ୍ରିକେଟରେ ୨୪୫୨ ରନ୍ କରି କୋହଲିଙ୍କ ରେକର୍ଡ଼ ଭାଙ୍ଗି ନିଜ ନାଁରେ କରିଛନ୍ତି ରୋହିତ। ରୋହିତ ଏ ମ୍ୟାଚରେ ୯ ରନ୍ କରି ଆଉଟ୍ ହୋଇଛନ୍ତି।