ନବନୀତା ବ୍ୟୁରୋ। ନବୀନ ପଟ୍ଟନାୟକଙ୍କୁ ଏଫଆଇଏଚ୍ ପୁରସ୍କାର। ହକି ବିକାଶରେ ଉଲ୍ଲେଖନୀୟ ଅବଦାନ ଲାଗି ଏହି ସମ୍ମାନଜନକ ପୁରସ୍କାର ମିଳିଛି। ଶନିବାର ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ଏଫଆଇଏଚ୍ ସଭାପତି। ଭାରତ- ଆମେରିକା ମହିଳା ମ୍ୟାଚ୍ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ସ୍ଵର୍ଣ୍ଣ ଅଳଙ୍କାର ପ୍ରଦାନ କରିଥିଲେ ଏଫଆଇଏଚ୍ ସଭାପତି ନରିନ୍ଦର୍ ବାତ୍ରା । ଦେଶ ଓ ଦେଶ ବାହାରେ ହକି ପ୍ରଚାର ପ୍ରସାର ଲାଗି ଗଲା ବର୍ଷ ଏହି ପୁରସ୍କାର ଲାଗି ନୂଆଦିଲ୍ଲୀରେ ଚୟନ କରାଯାଇଥିଲା। ଓଡ଼ିଶା ଦେଶର କ୍ରିଡ଼ା ବିକାଶ ଲାଗି ଅଗ୍ରଣୀ ଭୂମିକା ତୁଲାଇଥିବାରୁ ବତ୍ରା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ସମୟ ମହିଳା ହକି ମ୍ୟାଚ୍ ଦେଖିଥିଲେ। ଏ ଅବସରରେ ମୁଖ୍ୟମନ୍ତ୍ରୀ ପଡ଼ିଆ ଭିତରକୁ ଯାଇ ଦର୍ଶକଙ୍କୁ ଅଭିବାଦନ ଗ୍ରହଣ କରିଥିଲେ। ଭାରତୀୟ ମହିଳା ଖେଳାଳି ମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇ ଧନ୍ୟବାଦ୍ ଜଣାଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ପଡ଼ିଆ ଭିତରକୁ ଯିବା ବେଳେ କର ତାଳିରେ ଷ୍ଟାଡିୟମ୍ ଫାଟି ପଡ଼ି ଥିଲା। ସୂଚନାଯୋଗ୍ୟ ଯେ, ଭାରତ ଆମେରିକା ଦଳଠୁ ପରାସ୍ତ ପରେ ବି ଗୋଲ୍ ଆଧାରରେ ଟୋକିଓ ଅଲିମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ସଫଳ ହୋଇଛି ଭାରତୀୟ ମହିଳା ହକି ଦଳ।
