ନବନୀତା ବ୍ୟୁରୋ। ଆରପାରିରେ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ବୈଜନାଥ ପାଟିଲ। ଶନିବାର ସକାଳେ ୮୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଦୀର୍ଘ ଦିନ ଧରି ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ତାଙ୍କୁ ବେଙ୍ଗାଳୁରୁର ଏକ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ନିଧନ ହୋଇଛି।
୧୯୮୪ ମସିହାରେ ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ରାମକୃଷ୍ଣ ହେଗଡେଙ୍କ ମନ୍ତ୍ରିମଣ୍ଡଳରେ ଉଦ୍ୟାନ କୃଷି ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ପରେ ୨୯୯୪ ରେ ଏଚ୍. ଡି. ଦେବଗୌଡାଙ୍କ କ୍ୟାବିନେଟରେ ନଗର ଉନ୍ନୟନ ମନ୍ତ୍ରୀ ଦାୟିତ୍ଵ ନିର୍ବାହ କରିଥିଲେ। କର୍ଣ୍ଣାଟକ ବିଦର ନିବାସୀ ପାଟିଲ ପରବର୍ତ୍ତୀ ସମୟରେ କଳାବୁରାଗି ଜିଲ୍ଲାର ଚିଂଚୋଲି ତାଲୁକ୍ ଥରେ ବସବାସ କରୁଥିଲେ।
ପାଟିଲ କଲ୍ୟାଣ କର୍ଣ୍ଣାଟକର ପଛୁଆ ଅଞ୍ଚଳରେ ସମ୍ବିଧାନର ଧାରା ୩୭୧ ଅନୁସାରେ ସ୍ଵତନ୍ତ୍ର ବର୍ଗରେ ସାମିଲ କରିବାକୁ ଦାବି କରି ଆସୁଥିଲେ। ଦୀର୍ଘ ଦୁଇ ଦଶନ୍ଧି ଧରି ସେ ସଂଘର୍ଷମୟ ଭାବେ ଲଢେଇ କରି ପୁରା ନିଷ୍ଠାର ସହ ସାମିଲ୍ ହୋଇଥିଲେ। ଏପରିକି ପାଟିଲ ଅନେକ ଆନ୍ଦୋଳନରେ ସମସ୍ତଙ୍କଠାରୁ ଆଗରେ ଥିଲେ।
ତାଙ୍କର ବିଚାରଧାରା ଏମିତି ଥିଲା ଯେ ସେ ଯେକୌଣସି କ୍ଷେତ୍ରରେ କିଛି ବି ଅନ୍ୟାୟ ବାବଦରେ ଆଲୋଚନା କରିବା ପାଇଁ ସଙ୍କୋଚ କରୁନଥିଲେ। ଏବଂ ଏହାର ତ୍ୱରିତ ପଦକ୍ଷେପ ଗ୍ରହଣ ନେବାକୁ ଦାବି କରୁଥିଲେ। ଏପରିକି ସେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ମଧ୍ୟ ଦେଇ ଦେଇଥିଲେ ।
