ଭାରତୀୟ ମହିଳା ଓ ପୁରୁଷ ହକି ଦଳର ଦମଦାର ବିଜୟ

ଓଡ଼ିଶାଖେଳଦେଶ ଓ ବିଦେଶ

ନବନୀତା ବ୍ୟୁରୋ। ଭାରତୀୟ ମହିଳା ଓ ପୁରୁଷ ହକି ଟିମ୍ ର ଦମଦାର ବିଜୟ। ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟର ନିଜ ନିଜ ପ୍ରଥମ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି। ଭାରତୀୟ ମହିଳା ଟିମ୍ ଆମେରିକା ଟିମକୁ ୫-୧ ରେ ପରାସ୍ତ କରିଥିବା ବେଳେ ପୁରୁଷ ଟିମ୍ ୠଷକୁ ୪-୨ ରେ ହରାଇ ବିଜୟୀ ହୋଇଛନ୍ତି। ଏହି ବିଜୟୀ ସହ ଉଭୟ ଟିମ୍ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଆଉ ଏକ ପାଦ ଦୂର। ଶନିବାର ଉଭୟ ଟିମ୍ ଦ୍ଵିତୀୟ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବେ।

ଓଡ଼ିଶାରେ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ଭାରତୀୟ ଟିମ୍ ଆମେରିକାକୁ ୫-୧ ଗୋଲରେ ପରାସ୍ତ କରି ବିଜୟୀ ହୋଇଛି। ଭାରତ ପକ୍ଷରୁ ଲିଲିମା ମିଞ୍ଜ, ଶର୍ମିଲା ଦେବୀ, ଗୁର୍ଜିତ୍ କୌର, ନବନୀତ୍ କୌର ଓ ସୂର୍ଜିତ୍ କୌର ଗୋଲ ଦେଇଥିଲେ। ଆମେରିକା ପକ୍ଷରୁ ଏରିନ ମଟସନ୍ ୫୪ ମିନିଟରେ ଗୋଲ ଦେଇ ନିଜ ଦଳ ପାଇଁ ଖାତା ଖୋଲିଥିଲେ। ହେଲେ ଭାରତୀୟ ମହିଳା ଟିମ୍ ଦ୍ଵିତୀୟାର୍ଦ୍ଧରେ ବି ଖେଳ ବହୁତ୍ ସାନଦାର ଥିଲା। ମାତ୍ର ୧୧ ମିନିଟ ମଧ୍ୟରେ ଭାରତୀୟ ଟିମ୍ ୪ ଟି ଗୋଲ ସ୍କୋର କରିଥିଲେ।

ସେହିପରି ପୁରୁଷ ହକି ଟିମ୍ ପକ୍ଷରୁ ପ୍ରଥମ ଗୋଲ ହରମନପ୍ରିତ୍ ସିଂହ ଦେଇଥିଲେ। ପରେ ମାନଦୀପ୍ ସିଂହ ଦୁଇଟି ଓ ଏସବି ସୁନୀଲ ଗୋଟିଏ ଗୋଲ ଦେଇ ଦଳକୁ ବିଜୟୀ କରିଥିଲେ।