କ’ଣ ରାଜନୀତିରୁ ସନ୍ୟାସ ନେବେ କି ଗିରିରାଜ!

ଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ । ନିଜ ମନ୍ତବ୍ୟ ଲାଗି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ । ବିହାର ବେଗୁସରାୟ ବିଜେପି ସାଂସଦ ଗିରିରାଜ ସିଂହ ପୁଣି ଚର୍ଚ୍ଚା ଘେରକୁ ଆସିଛନ୍ତି । ତେବେ ଏଥର ରାଜନୀତିରୁ ସନ୍ୟାସ ନେବା ସଂକେତ ଦେଇଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ସହ ତାଙ୍କ ରାଜନୈତିକ କାର୍ଯ୍ୟକାଳ ଶେଷ ହୋଇଯିବ । ମଂଗଳବାର ଗିରିରାଜ ସିଂହ କହିଛନ୍ତି ଯେ ତାଙ୍କ ରାଜନୈତିକ ପାଳି ଏବେ ସମାପ୍ତ ହେବାକୁ ଯାଉଛି । କାରଣ ସେ ରାଜନୀତିରେ ଯାହା କରିବାକୁ ଚାହୁଁଥିଲେ, ଏବେ ପ୍ରଧାନମନ୍ତ୍ରୀ ମୋଦି ତାହା ସଂପୂର୍ଣ୍ଣ କରି ଦେଇଛନ୍ତି । ଗିରିରାଜଙ୍କ ଏହି ମନ୍ତବ୍ୟରୁ ସ୍ପଷ୍ଟ ବାରି ହୋଉ ପଡୁଛି ଯେ, ସେ ରାଜନୀତିରୁ ସନ୍ୟାସ ନେବେ । ତେବେ ସତରେ କଣ ଗିରିରାଜ ରାଜନୀତିରୁ ସନ୍ୟାସ ନେବେ ଏ ସବୁ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି ।
ଆଜିକାଲି ଯେକୌଣସି ବାହାନା ନେଇ କେନ୍ଦ୍ର ମନ୍ତ୍ରୀ ଗିିରିରାଜ ସିଂହ ବିହାର ସରକାରକୁ କାଠଗଡ଼ାକୁ ଟାଣିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି । ହେଲେ ମନ୍ତବ୍ୟ ଦେଇ ନିଜେ ଫସି ଯାଇଛନ୍ତି ଗିରିରାଜ । ଗତ ରବିବାର ଗିରିରାଜ ବେଗୁସରାୟରେ କହିଥିଲେ ଯେ, ବନ୍ୟା ପ୍ରପୀଡ଼ିତଙ୍କ ସ୍ଥିତି ଦେଖି ଆତ୍ମହତ୍ୟା କରିବାକୁ ଇଚ୍ଛା ହେଉଛି ବୋଲି କହିଥିଲେ । ତେବେ ଏନେଇ ବରିଷ୍ଠ ଜେଡିୟୁ ନେତା ଓ ମନ୍ତ୍ରୀ ଶବଣ କୁମାର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆପଣଙ୍କୁ ଏମିତି କରିବା ପାଇଁ କେହି ଅଟକାଉଛି କି? ଗିରିରାଜଙ୍କ ମନ୍ତବ୍ୟ ଉପରେ ଶ୍ରବଣ କୁମାର କହିଛନ୍ତି ଯେ ଆତ୍ମହତ୍ୟା ଭୁଲ କାମ ଓ ଏମିତି ଟିପ୍ପଣୀ ଦେବା ବି ଠିକ ନୁହେଁ । ଯଦି ବିଶ୍ୱର କୌଣସି ବ୍ୟକ୍ତି ଆତ୍ମହତ୍ୟା କରିବାକୁ ଇଚ୍ଛା କରିବ ତାହେଲେ ତାଙ୍କୁ କେହି ରୋକି ପାରିବ ବୋଲି ସେ କହିଛନ୍ତି ।