ନବନୀତା ବ୍ୟୁରୋ । ଆତଙ୍କବାଦୀଙ୍କ ବଡ଼ ଧରଣର ଷଡ଼ଯନ୍ତ୍ର ବିଫଳ । ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବଡ଼ ଧରଣର ଷଡ଼ଯନ୍ତ୍ରଙ୍କୁ ଫସର ଫଟାଇ ଦେଇଛି ପୋଲିସ । ଏଥିସହ କଠୁଆରେ ୩ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୬ଟି ଏକେ-୪୭ ବନ୍ଧୁକ ଜବତ କରିଛି ଜମ୍ମୁ କାଶ୍ମୀର ପୋଲିସ ।

ସୂଚନା ଅନୁସାରେ ଜମ୍ମୁ-କାଶ୍ମୀର ପୋଲିସ ବୋର୍ଡର ନିକଟସ୍ଥ ଲଖନପୁରରେ ଗୋଟିଏ ଟ୍ରକକୁ ଜବତ କରିଥିଲା । ଏଥିସହ ୩ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯିବା ସହ ଟ୍ରକରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଅସ୍ତ୍ରଶସ୍ତ୍ରରେ ଭର୍ତି ଗୋଟିଏ ଟ୍ରକ ଯାଉଥିବା ନେଇ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା । ଏହାପରେ ସୁରକ୍ଷାକର୍ମୀ ଟ୍ରକକୁ ଅଟକାଇବା ସହ ଅସ୍ତ୍ରଶସ୍ତ୍ର ସହ ୩ ଆତଙ୍କବାଦୀଙ୍କୁ ଗିରଫ କରିଥିଲେ ।
ଆତଙ୍କବାଦୀ ଗିରଫ ଘଟଣା ନେଇ କଠୁୂଆ ଏସଏସପି କହିଛନ୍ତି, ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଭର୍ତି ଏକ ଟ୍ରକ୍ କଠୁଆ ଯିବା ସମୟରେ ଜବତ କରାଯାଇଛି । ଏଥିସହ ଆତଙ୍କବାଦୀଙ୍କ ବଡ ଧରଣର ଷଡ଼ଯନ୍ତ୍ରରୁ ବର୍ତି ଯାଇଛି ଜମ୍ମୁ- କାଶ୍ମିର । ଏନେଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
