ଆର୍ଥିକ ସ୍ଥିତି ନେଇ କେନ୍ଦ୍ର ସରକାରକୁ ଟାର୍ଗେଟ କଲେ ମନମୋହନ ସିଂ

ଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ । ପ୍ରଧାନମନ୍ତ୍ରୀଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ । ମୋଦି ସରକାରଙ୍କୁ ଟାର୍ଗେଟ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ସାଂସଦ ମନମୋହନ ସିଂ । ଦେଶରେ ଆର୍ଥିକ ସ୍ଥିତି ଉଦବେଗଜନକ ନେଇ ମୋଦିଙ୍କୁ ସମାଲୋଚନା କରିଛନ୍ତି କରିଛନ୍ତି ମନମୋହନ । ଜିଡିପି ହ୍ରାସ ନେଇ ମନମୋହନ ସିଂହ ଚିନ୍ତା ପ୍ରକଟ କରିବା ସହ କେନ୍ଦ୍ର ସରକାର ଉପରେ ନିଶାନା କରିଛନ୍ତି । ଆଜି ଅର୍ଥ ବ୍ୟବସ୍ଥାର ସ୍ଥିତି ବହୁତ ଚିନ୍ତାଜନକ ବୋଲି ସେ କହିଛନ୍ତି ।
ଭାରତ କ୍ରମାଗତ ଭାବେ ଏହି ରାସ୍ତାରେ ଯିବା ରିକ୍ସ ନେଇ ପାରିବ ନାହିଁ । କାରଣ ଭାରତରେ ଦ୍ରୁତ ଗତିରେ ଚାଲିବା ପାଇଁ କ୍ଷମତା ରହିଛି । ଗତ ତିନି ମାସର ୫ ପ୍ରତିଶତ ଜିଡିପି ହାରକୁ ଦେଖିଲେ ବାରି ହୋଇ ପଡୁଛି ଯେ, ସରକାର ଆର୍ଥିକ ସ୍ଥିତିକୁ କେତେ ଗୁରୁତର ସହ ନେଉଛନ୍ତି । ଏଣୁ ମନମୋହନ ସରକାରଙ୍କୁ ଅପିଲ କରି କହିଛନ୍ତି ଯେ, ପ୍ରତିଶୋଧ ରାଜନୀତି ନ କରି ମଣିଷ ନିର୍ମିତ ସଂକଟରୁ ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇ ଲୋକଙ୍କ ସ୍ୱର ଶୁଣନ୍ତୁ ।
ଏଥିସହ ମନମୋହନ ଆହୁରି କହିଛନ୍ତି, ମୋଦି ସରକାର ନୀତିଗୁଡ଼ିକୁ ପରିମାଣସ୍ୱରୂପ ବ୍ୟାପକ ସ୍ତରରେ ରୋଜଗାର ବିହୀନ ବିକାଶ ହେଉଛି । ଭାରତୀୟ ଅର୍ଥବ୍ୟବସ୍ଥା ଦ୍ରୁତଗତିରେ ବଢ଼ିବାର କ୍ଷମତା ରହିଛି ହେଲେ ମୋଦି ସରକାରର କୁପରିଚାଳନା ଯୋଗୁଁ ଆମେ ଆର୍ଥିକ ଆଳସ୍ୟ ଦେଇ ଗତି କରୁଛୁ । ଏଥିରୁ ବାରି ହୋଉ ପଡୁଛି ଯେ, ଆମର ଅର୍ଥ ବ୍ୟବସ୍ଥା ନୋଟବନ୍ଦୀ ଓ ଶୀଘ୍ର ଜିଏସଟି ଲାଗୁ କରିବା ଭୁଲ ଲାଗି ଏବେବି ପୂର୍ବସ୍ଥିତିକୁ ଫେରି ପାରି ନାହିଁ । ଏଥିପାଇଁ ନିବେଶକାରୀଙ୍କ ଭରସା ଲଡ଼ଖଡେଇ ଯାଇଛି । ସେପଟେ ମନମୋହନଙ୍କ ମନ୍ତବ୍ୟ ନେଇ ଧନ୍ୟବାଦ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।