ନବନୀତା, ଭୁବନେଶ୍ୱର: ଭୁବନେଶ୍ୱରରେ ହ୍ୟୁମାନ କ୍ୟାପିଟାଲ କନକ୍ଲେଭ୍ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ଏକ ସ୍ୱତନ୍ତ୍ର ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ସିଆଇଆଇ- ଓଡ଼ିଶା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ନାଲକୋର ସିଏମଡି ତଥା ଫନି ବିପର୍ଯ୍ୟୟ ପ୍ରଶମନ ଲାଗି ସ୍ୱତନ୍ତ୍ର ଟାସ୍କ ଫୋର୍ସର ଅଧ୍ୟକ୍ଷ ଡ. ତପନ ଚାନ୍ଦ ଯୋଗ ଦେଇଥିଲେ ବୃକ୍ଷ ରୋପଣ କରିଥିଲେ । ଏ ଅବସରରେ ତପନ ଚାନ୍ଦ କହିଛନ୍ତି ଯେ, ପନି ବାତ୍ୟା ପରେ ଭୁବନେଶ୍ୱର ଓ ଏହାର ପାରିପାଶ୍ୱିର୍କ ଅଂଚଳରେ ବ୍ୟାପକ ବୃକ୍ଷରୋପଣ ଓ ସବୁଜିମା ସୃଷ୍ଟିର ଆବଶ୍ୟକତା ରହିଛି । ତେଣୁ ସିଆଇଆଇ ପକ୍ଷରୁ ଏହି ସ୍ୱତନ୍ତ୍ର ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିଆଇଆଇ- ଓଡ଼ିଶାର ଅଧ୍ୟକ୍ଷ ରଂଜନ କୁମାର ମହାପାତ୍ର, ନାଲକୋର ନିର୍ଦ୍ଦେଶକ( ମାନବସମ୍ବଳ) ବିକେ ଠାକୁର, ଏମଓଆଇଏଲର ନିର୍ଦ୍ଦେଶକ(ମାନବସମ୍ବଳ) ଉଷା ସିଂ, ବିଭିନ୍ନ ଅନୁଷ୍ଠାନର ମାନବସମ୍ବଳ ଅଧିକାରୀ ଓ ସିଆଇଆଇ-ଓଡ଼ିଶା ରାଜ୍ୟ ପରିଷଦର ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ । ତେବେ ଆଗାମୀ ଦିନରେ ବ୍ୟାପକ ବୃକ୍ଷରୋପଣ କରାଯିବାକୁ ସିଆଇଆଇ ପ୍ରତିଶୃତି ଦେଇଛି ।
ଭୁବନେଶ୍ୱରରେ ହ୍ୟୁମାନ କ୍ୟାପିଟାଲ କନ୍କ୍ଲେଭ୍ ଅବସରରେ ସ୍ୱତନ୍ତ୍ର ବୃକ୍ଷରୋପଣ କାର୍ଯ୍ୟକ୍ରମ
