ୟେଦ୍ୟୁରପ୍ପାଙ୍କୁ ବାହାରୁ ସମର୍ଥନ ଦେବ ଜେଡିଏସ୍ !

ଦେଶ ଓ ବିଦେଶବଡ଼ ଖବରରାଜନୀତି

ବନୀତା, ଦିଲ୍ଲୀ/ଭୁବନେଶ୍ୱର: କର୍ଣ୍ଣାଟକର ହାଇଡ୍ରାମା ପରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବିଜେପି ନେତା ବିଏସ୍ ୟେଦ୍ୟୁରପ୍ପା । ହେଲେ ବିଜେପି ପାଖରେ ସଂଖ୍ୟା ଗରିଷ୍ଠତା ନଥିବାରୁ ଆସନ୍ତା ୨୯ ତାରିଖରେ ୟେଦୁଙ୍କୁ ଶକ୍ତି ପରୀକ୍ଷା କରିବାକୁ ହେବ । ସେପଟେ ବିଜେପିକୁ ବାହାରୁ ସମର୍ଥନ ଦେବାକୁ ଜେଡିଏସର ବିଧାୟକମାନେ କୁମାରସ୍ୱାମୀଙ୍କ ସହ ଆଲୋଚନା କରିଛନ୍ତି । ଏନେଇ ଶୁକ୍ରବାର ରାତିରେ ଏକ ବୈଠକ ବସିଥିଲା । ହେଲେ ଏନେଇ କୁମାରସ୍ୱାମୀ ନିଷ୍ପତି ନେବେ । ବୈଠକ ପରେ ଜେଡିଏସ୍ ନେତା ଏବଂ ପୂର୍ବତନ ମନ୍ତ୍ରୀ ଜିଟି ଦେବେଗୌଡ଼ା କହିଛନ୍ତି, ଆମେ ସମସ୍ତେ ଦଳ ସହ ରହିବାକୁ ଫଇସଲା କରିଛୁ । କିଛି ବିଧାୟକ ବିଜେପିକୁ ବାହାରୁ ସମର୍ଥନ ଦେବାକୁ କୁମାରସ୍ୱାମୀଙ୍କୁ କହିଥିବା ବେଳେ ଆଉ କିଛି ବିଧାୟକ ବିରୋଧୀ ଭାବେ ରହି ଦଳକୁ ଅଧିକ ମଜବୁତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।

ସେ ଯାହା ହେଉ, ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ୟେଦ୍ୟୁରପ୍ପାଙ୍କୁ ଆସନ୍ତା ୨୯ ତାରିଖରେ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପଡ଼ିବ । ୩ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରେ ଗୃହରେ ୨୨୨ ସଂଖ୍ୟା ରହିଛି । ୟେଦ୍ୟୁରପ୍ପାଙ୍କୁ ବହୁମତ ସାବିତ କରିବାକୁ ୧୧୨ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ଏଭଳି ସ୍ଥିତିରେ ବିରୋଧୀ ବିଧାୟକ ତାଙ୍କ ସପକ୍ଷରେ ଭୋଟ ଦେବା ବହୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।
ସେପଟେ କର୍ଣ୍ଣାଟକ ବିଧାନସଭାରୁ ସଦସ୍ୟତା ହରାଇଥିବା ବିଧାୟକ ଏବେ ସୁପ୍ରିମକୋଟକୁ ଯିବେ । ଗୁରବାର ବାଚସ୍ପତି ଆର.ରମେଶ କୁମାର ତିନି ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ । ଦୁଇ କଂଗ୍ରେସର ଦୁଇ ବିଧାୟକ ରମେଶ ଜାରକିହୋଲି, ମହେଶ କୁମାତହଲ୍ଲି ଓ କର୍ଣ୍ଣାଟକ ପ୍ରଜାକୀୟ ଜନତା ପାର୍ଟିର ବିଧାୟକ ଆର୍ ଶଙ୍କରଙ୍କୁ ଦଳ ବଦଳ ବିରୋଧୀ ନୀତି ଅନୁସାରେ ଅଯୋଗ୍ୟ ଘୋଷଣା କରିଛନ୍ତିି ବାଚସ୍ପତି । ଏ ବିଧାୟକମାନେ ବିଧାନସଭା ଅଧିବେଶନ ଶେଷ ହେବା ଯାଏ ଅଯୋଗ୍ୟ ହୋଇ ରହିବେ ।