ଶିଳ୍ପ ସଂସ୍ଥାରେ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱାରୋପ କଲେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ

ଓଡ଼ିଶା

ଭୁବନେଶ୍ୱର: ଶିଳ୍ପ ସଂସ୍ଥାରେ ଭିଜନ ଜିରୋ ଉପରେ ଫୋକସ୍ । ଭିଜନ ଜିରୋ ଉପରେ ଗୁରୁତ୍ୱ ଦିଆଗଲେ ଜିରୋ କାଜୁଆଲିଟି ଆପେ ଆପେ ପ୍ରାପ୍ତ ହୋଇଯିବ । ପାରାଦୀପ ପିପିଏଲ୍ ସାର ଖାନାରେ ଆୟୋଜିତ ଦୁଇ ଦିନିଆ ସେଫଟି କନଭରଜେନ୍ସ ମିଟ୍ର ଉଦଘାଟନ ଅବସରରେ କହିଥିଲେ ଗ୍ରାମ୍ୟ, ଶ୍ରମ ଓ ଇଏଆଇ ମନ୍ତ୍ରୀ ସୁଶାନ୍ତ ସିଂ । ଏଥିସହ ସେ ୫ଟି ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ଟ୍ରାନସପରେନ୍ସି, ଟିମୱାର୍କ, ଟେକ୍ନୋଲୋଜି,ଟାଇମ ଓ ଟ୍ରାନସଫରମେସନକୁ ଉଭୟ ସରକାରୀ ଓ କର୍ପୋରେଟ କ୍ଷେତ୍ରରେ କାର୍ଯ୍ୟକାରୀ କରିବାକୁ ମନ୍ତ୍ରୀ କହିଥିଲେ ।

ଜୁଲାଇ ୧୮ ଓ ୧୯ ଦୁଇ ଦିନ ଧରି ପାରାଦୀପ ପିପିଏଲ ସାର କାରଖାନାରେ ରାଜ୍ୟସ୍ତରୀୟ ସୁରକ୍ଷା ସଂପର୍କୀତ ସେଫଟି କନଭରଜେନ୍ସ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ ଇଏସଆଇ ମନ୍ତ୍ରୀ ସୁଶାନ୍ତ ସିଂ କର୍ମଶାଳାକୁ ଉଦଘାଟନ କରିଥିଲେ । ଶିଳ୍ପ ଓ କାର୍ଯ୍ୟସ୍ଥଳୀରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି କର୍ମଶଳାର ଆୟୋଜନ କରାଯାଇଛି । ଏଥିସହ ଟିମ୍ ୱାର୍କ, ଟ୍ରାନସପେରେନ୍ସି ଓ ଟେକ୍ନୋଲୋଜିକୁ ଆଧାର କରି କାର୍ଯ୍ୟ କଲେ ଦୁର୍ଘଟଣାମୁକ୍ତ ପରିବେଶ ସୃଷ୍ଟି ହେବା ସହ ଶିଳ୍ପ ସଂସ୍ଥାରେ ଜିରୋ କାଜୁଆଲିଟି ହୋଇ ପାରିବ ନିଶ୍ଚିତ ।


ଏ ଅବସରରେ ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା । କାର୍ଯ୍ୟକ୍ରମରେ ପାରଦୀପର ସବୁ ଶିଳ୍ପ କାରରଖାନାର ପ୍ରତିନିଧି ସମେତ ରାଜ୍ୟର ବିଭିନ୍ନ ଶିଳ୍ପାନୁଷ୍ଠାନର ପଦାଧିକାରୀ ଯୋଗ ଦେଇଥିଲେ । ଏଥିସହ ପାରଦୀପ ବନ୍ଦର ଅଧିକାରୀ, ପିପିଏଲ, ଇଫକୋ, ଆଇଓସିଏଲ, ଶ୍ରମିକ, ସେପ୍ଟି ସରଞ୍ଜାମ ପ୍ରସ୍ତୁତକାରୀ ଓ ବିତରଣ ସଂସ୍ଥାର କର୍ମକର୍ତାମାନେ ଉପସ୍ଥିତ ଥିଲେ । କର୍ମଶାଳାରେ ବିଭିନ୍ନ ଶିଳ୍ପ ସଂସ୍ଥାର ପାଖାପାଖି ୨ ଶହ ପଦାଅଧିକାରୀ ସାମିଲ ହୋଇଥିଲେ ।