ଏନ୍ଏନ୍ ବ୍ୟୁରୋ l ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବଲାଙ୍ଗିର ଜିଲ୍ଲା କୁଲତା ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାମାକ୍ଷୀନଗର ସ୍ଥିତ ରାମଚଣ୍ଡୀ ସେବା ସଦନରେ ଅୟୋଜିତ ଉତ୍ସବରେ ସରକାରୀ ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ, ବିଜେପୁର ବିଧାୟକ ସନତ କୁମାର ଗଡତିଆ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବକୀ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ l

ପ୍ରଥମେ ଇଷ୍ଟଦେବୀ ରଣେଶ୍ୱର ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ଜାତି ଉଦ୍ଧେଶ୍ୟରେ ସଭାପତି ଶଙ୍କର୍ଷଣ ପଧାନଙ୍କ ବାର୍ତ୍ତା ପରେ ମୁଖ୍ୟ ଅତିଥି ନୂଆଁଖାଇ ଭେଟଘାଟ ଓ କୁଲତା ସମାଜ ଉପରେ ନିଜର ଅଭିଭାଷଣ ରଖିଥିଲେ l ପରେ ପୂଜ୍ୟ ପୂଜା ଓ କୃତି ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ପୁରସ୍କାର ପ୍ରଦାନ କରାଯାଇଥିଲା l ଶେଷରେ ପରିବେଶିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ଉପସ୍ଥିତ କୁଲତା ସମାଜର ସମସ୍ତ ଭାଇଭଉଣୀ l

