ଏନ୍ଏନ୍ ବ୍ୟୁରୋ। ସୁରକ୍ଷାକର୍ମୀ ଗୁଳିରେ ଦୁଇ ନକ୍ସଲ ନିହତ। ବଲାଙ୍ଗିର ଜିଲ୍ଲା ଗନ୍ଧମାର୍ଦ୍ଦନ ପାହାଡ଼ ସ୍ଥିତ ଜଳ ମହାଦେବ ଅଞ୍ଚଳରେ ଘଟିଛି ଘଟଣା। ମୃତ ଦୁଇ ନକ୍ସଲ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ନକ୍ସଲ ଥିବା ଜଣା ପଡ଼ିଛି। ଗନ୍ଧମାର୍ଦ୍ଦନ ପାହାଡ଼ରେ ନକ୍ସଲ ସକ୍ରିୟ ଥିବା ନେଇ ଏସ୍ଓଜି ଯବାନ ପକ୍ଷରୁ କୁମ୍ବିଂ ଅପରେସନ କରାଯାଇଥିଲା। ତେବେ ଏ ସମୟରେ ସୁରକ୍ଷାକର୍ମୀ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଗୁଳି ବିନିମୟରେ ଦୁଇ ଜଣ ନକ୍ସଲ ନିହତ ହୋଇଛନ୍ତି। ପୋଲିସ ମୃତଦେହକୁ ଜବତ କରିବା ସହ କମ୍ବିଂ ଅପରେସନକୁ ଆହୁରି ଜୋରଦାର କରାଯାଇଛି। ହେଲେ ଏନେଇ ଜିଲ୍ଲା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।
ଏସଓଜି ଯବାନ ଗୁଳିରେ ଦୁଇ ନକ୍ସଲ ନିହତ
