ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ପଦବୀରେ ବିଜେଡ଼ି ଜିଣି ନିଜର ଦବଦବା ଦେଖାଇ ସାରିଛି। ୧୫ ରୁ ୧୩ ଜୋନରେ ବିଜୟୀ ହେବା ପରେ ବିଜେଡ଼ି ହାତକୁ ସଭାପତି ପଦ ଯିବ ନିଶ୍ଚିତ ହୋଇ ସାରିଛି। ହେଲେ ଏହି ପଦ ପାଇଁ ଅନେକ ଆଶାୟୀ ପ୍ରାର୍ଥୀ ଅଛନ୍ତି। କିଏ ହେବ ପରବର୍ତ୍ତୀ ସମବାୟ ସଭାପତି। ପୁଣି ପୁରୁଣାକୁ ଦେବେ ନା ଏଥର କିଛି ନୂଆ ମୁହଁକୁ ସୁଯୋଗ ଦେବେ। କିନ୍ତୁ ଏଥର ବ୍ୟାଙ୍କ ନିର୍ଦ୍ଦେଶକ ପଦବୀ ପାଇଁ ପ୍ୟାନେଲ ହିସାବରେ ପ୍ରାର୍ଥୀ ଦେଇଥିଲା ବିଜେଡ଼ି। ହେଲେ କିଛି ଜୋନରେ ତାର ଓଲଟା ପରିଲକ୍ଷିତ ହେଲା। ସେ ହିସାବରେ ସଭାପତି ପଦ ପାଇଁ ସହମତିରେ ହେବ ନା ଏଥିପାଇଁ ନିର୍ବାଚନ ହେବ ତାହା ପରେ ଜଣା ପଡ଼ିବ। କିନ୍ତୁ ନିର୍ଦ୍ଦେଶକ ପଦରେ ବିଜୟୀ ପରେ ପ୍ରାର୍ଥୀମାନେ ପ୍ରତିକ୍ରିୟା ରଖିଛନ୍ତି। ଚାଷ ଓ ଚାଷୀଙ୍କ ସୁବିଧା ପାଇଁ କାର୍ଯ୍ୟ କରିବେ ବୋଲି ସେମାନେ କହିଛନ୍ତି। ତେବେ ସଭାପତି ଆସନ ପାଇଁ ନିଷ୍ପତ୍ତି ନେବେ ହାଇକମାଣ୍ଡ। ଦେଖାଯାଉ କାହା ଉପରେ ଭରସା କରୁଛନ୍ତି ମୁଖିଆ।
ସଭାପତି ପଦ ଏକ, ଆଶାୟୀ ଅନେକ: କାହାକୁ ବାଛିବେ ମୁଖିଆ !
