ବରଗଡ଼ ବରା ଗାଁରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ। କୋଭିଡ୍ ସମୟରେ ଯେମିତି ରକ୍ତ ସମସ୍ୟା ଦେଖା ନ ଦେବ ସେଥିଲାଗି ରାଜ୍ୟ ସାରା ବିଜେଡ଼ି ପକ୍ଷରୁ ରକ୍ତଦାନ ଶିବିର ଚାଲିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ ଶ୍ରମ ଓ ଗ୍ରାମ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ତତ୍ବାବଧାନରେ ଭ୍ରାମ୍ୟମାଣ ଭ୍ୟାନ ଦ୍ଵାରା ଏହି ରକ୍ତ ସଂଗ୍ରହ କରାଯାଇଛି। ବରଗଡ ଜିଲ୍ଲା ଅମ୍ବାଭନା ବ୍ଲକ ବରା ଗାଁରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ। ଶିବିରରେ ମୋଟ ୫୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ଏଥିରେ ଓଡିଶା ମୋ ପରିବାରର ଜିଲ୍ଳା ସଂଯୋଜକ ଗୌରହରୀ ମିଶ୍ର, ବ୍ଲକ୍ ଅଧ୍ୟକ୍ଷା ନିଲକୁମାରି ନାୟକ, ବିଜେଡି ବ୍ଲକ୍ ସଭାପତି ରଘୁନାଥ ପଟେଲ, ରୁଚିଦା ସରପଂଚ ରଞ୍ଜିତ ଭୋଇ, ଜୀବନ ବିନ୍ଦୁ ସହ ସଂଯୋଜକ ଅଶ୍ବିନୀ ତ୍ରିପାଠୀ ଓ ପ୍ରେମ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।