ବର୍ଷାରେ ଧୋଇ ହୋଇଯାଇପାରେ ଭାରତ- ନ୍ୟୁଜିଲାଣ୍ଡ ମ୍ୟାଚ୍

ଖେଳଦେଶ ଓ ବିଦେଶ

ଦିଲ୍ଲୀ: ଆଶା ଆଶଙ୍କା ମଧ୍ୟରେ ଭାରତ- ନ୍ୟୁଜିଲାଣ୍ଡ କ୍ରିକେଟ ମ୍ୟାଚ୍ । ଗୁରବାର କ୍ରିକେଟ ବିଶ୍ୱକପରେ ଖେଳା ଯିବାକୁ ଥିବା ଭାରତ- ନ୍ୟୁଜିଲାଣ୍ଡ ମ୍ୟାଚ ବର୍ଷାରେ ଧୋଇ ଯିବା ସମ୍ଭାବନା ରହିଛି । ଗୁରବାର ଟ୍ରେଣ୍ଡ ବ୍ରିଜରେ ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ ବାତିଲ ହେବା ଆଶଂକା ଦେଖା ଦେଇଛି । ତେଣୁ କମ ଓଭର ବିଶିଷ୍ଟ ମ୍ୟାଚ୍ ଖେଲା ଯିବା ସମ୍ଭାବନା ରହିଛି । ସୂଚନା ଅନୁସାରେ ଦୁଇ ଦିନ ହେଲା ଇଂଲଣ୍ଡର ଅଧିକାଂଶ ଜାଗାରେ ପ୍ରବଳ ବର୍ଷା ଲାଗି ରହିଛି । ଆସନ୍ତା କିଛି ଦିନ ଯାଏ ଏଭଳି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୁର୍ବାନୁମାନ କରାଯାଇଛି । ସେହିପରି ରବିବାର ମାଂଚେଷ୍ଟଚରରେ ଭାରତ- ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ସମୟରେ ମଧ୍ୟ ବର୍ଷା ହୋଇପାରେ । ତେବେ ସେ ସମୟରେ ସେଠାରେ ମଧ୍ୟ ବର୍ଷା ସମ୍ଭାବନା ଥିବା ଇଂଲଣ୍ଡ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଭାରତୀୟ ବିଶ୍ୱକପ୍ କ୍ରିକେଟ ଟିମରେ ରିଷଭ ପନ୍ଥକୁ ସାମିଲ ନେଇ ଆଇସିସିଆଇ ଅନୁମତି ଦେଇଛି । ରିଜର୍ଭ ଖେଳାଳି ଭାବେ ରିଷଭଙ୍କୁ ଇଂଲଣ୍ଡ ନିଆଯାଇଛି । ହେଲେ ସେ ଧୱନଙ୍କ ଜାଗାରେ ଖେଳିବେ ନାହିଁ । ରିଷଭ ୪ ନମ୍ବରରେ ବ୍ୟାଟିଂ କରିବେ । ହେଲେ ଓପନର ଧୱନଙ୍କ ଜାଗାରେ ଲୋକେଶ ରାହୁଲ, ରୋହିତ ଶର୍ମାଙ୍କ ସହ ବ୍ୟାଟିଂ କରିବେ । ଶିଖର ଧାୱନ ଖେଳିବା ପାଇଁ ଫିଟ ନ ହେବା ଯାଏ ରିଷଭ ପନ୍ଥ ଦଳରେ ରହିବେ । ଆଙ୍ଗୁଠିରେ ଆଘାତ ଲାଗି ଶିଖର ଧୱନ ୩ ସପ୍ତାହ ପର୍ଯ୍ୟନ୍ତ କ୍ରିକେଟ ଖେଳି ପାରିବେ ନାହିଁ । ଗୁରବାର ନ୍ୟୁଜିଲାଣ୍ଡ ଓ ୧୬ ତାରିଖ ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳି ପାରିବେ ନାହିଁ ।
ଅଷ୍ଟ୍ରେଲିଆ ବିପକ୍ଷରେ ସାନଦାର ଶତକ ପାରି ଖେଳି ଥିଲେ ଶିଖର ଧୱନ । ହେଲେ ଦୁର୍ଭାଗ୍ୟର କଥା ଏହି ମ୍ୟାଚରେ ଏକା ସେ ଆଘାତ ହୋଇଥିଲେ । ଦ୍ରୁତ ବୋଲର କୁଲଟରଙ୍କ ବଲରେ ଧୱନଙ୍କ ଆହ ହୋଇଥିଲେ । ଏପରିକି ପଡିଆରେ ହିଁ ତାଙ୍କର ଚିକିତ୍ସା କରାଯାଇଥିଲା । ଏହାସତ୍ତେ୍ୱ ସେ ନିଜ ପାରି ସଫଳତାର ସହ ଖେଳିବା ସହ ୧୭ତମ ଶତକ କରିଥିଲେ । ତେବେ ୩ ସପ୍ତାହ ଯାଏ ମ୍ୟାଚ ଖେଳି ପାରିବା ସମ୍ଭାବନା ନ ଥିବାରୁ ରିଷଭଙ୍କୁ ଡକା ଯାଇଛି । ବିଶ୍ୱକପ୍ ଦଳରେ ରିଷଭ ପନ୍ଥ ସାମିଲ ନ ହେବା ନେଇ ପ୍ରମଥରୁ ବିବାଦ ଦେଖା ଦେଇଥିଲା ।