ପଶ୍ଚିମ ଓଡ଼ିଶାରେ କରୋନା ସ୍ଥିତି ଅସମ୍ଭାଳ: ସୁନ୍ଦରଗଡ଼, ବରଗଡ଼ ଓ ଝାରସୁଗୁଡାରେ ସ୍ଥିତି ଜଟିଳ! ଜାଣନ୍ତୁ କେଉଁଠି କେତେ ରୋଗୀ?

ଓଡ଼ିଶାବଡ଼ ଖବରସ୍ପେଶାଲ

ନବନୀତା ବ୍ୟୁରୋ। ପଶ୍ଚିମ ଓଡ଼ିଶାରେ ବେକାବୁ କରୋନା। ପ୍ରତିଦିନ ବଢିବାରେ ଲାଗିଛି ରୋଗୀ ସଂଖ୍ୟା। ସମସ୍ତ ଜିଲ୍ଲାକୁ କରୋନା ବ୍ୟାପୀ ଥିବା ବେଳେ ଏଯାଏ ମୋଟ ରୋଗୀ ସଂଖ୍ୟା ୯୯୨କୁ ବୃଦ୍ଧି ହେଲାଣି। ସେ ମଧ୍ୟରୁ ୭୧୦ ଜଣ ସୁସ୍ଥ ହୋଇଥିବା ବେଳେ ୨୮୧ ଜଣ ସକ୍ରିୟ ରହିଛନ୍ତି। ହେଲେ ଦୁଃଖର ବିଷୟ ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲାରେ ଜଣଙ୍କ ମୃତ୍ୟୁ ଘଟିଛି।


ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଅନୁସାରେ ଗୁରୁବାର ଗୋଟିଏ ଦିନରେ ରାଜ୍ୟରେ ୨୨୯ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ପଶ୍ଚିମ ଓଡ଼ିଶାର ୩୯ ରୋଗୀ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ସବୁଠାରୁ ଅଧିକ ୧୭ ଜଣ ଚିହ୍ନଟ ହୋଇଥିବା ବେଳେ ଝାରସୁଗୁଡାରେ ୧୦ ଜଣ ଚିହ୍ନଟ ହୋଇଛନ୍ତି। ବଲାଙ୍ଗିରରେ ୭ ଓ ବରଗଡ଼ରେ ଜଣେ ନୂଆ ରୋଗୀ ଚିହ୍ନଟ ହୋଇ ଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କିଛି ଦିନ ହେଲା ବରଗଡ଼ ଓ ଝାରସୁଗୁଡା ଜିଲ୍ଲାରେ ନୂଆ ନୂଆ ରୋଗୀ ଚିହ୍ନଟ ହେଉଥିବାରୁ ଉଭୟ ଜିଲ୍ଲାର ସ୍ଥିତି ବିଗିଡିବାରେ ଲାଗିଛି। ଉଭୟ ଜିଲ୍ଲାରେ ଶହେ ରୋଗୀ ଟପି ସାରିଛି ସଂକ୍ରମଣ ସଂଖ୍ୟା। ସୁନ୍ଦରଗଡ଼ ଜିଲ୍ଲାରେ ୨ ଶହ ଟପି ଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ୨୦୦ ଛୁଇଁବାକୁ ଆଉ ୬ ବାକି ରହିଛି।


ଏବେ ଆସନ୍ତୁ ନଜର ପକାଇବା ପଶ୍ଚିମ ଓଡ଼ିଶାର କେଉଁ ଜିଲ୍ଲାରେ କେତେ ରୋଗୀ ଅଛନ୍ତି। ସବୁଠାରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାରେ। ଏଯାଏ ୨୧୭ ଜଣ ରୋଗୀ ଚିହ୍ନଟ ହୋଇ ସାରି ଛନ୍ତି। ସେ ମଧ୍ୟରୁ ୧୬୪ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ୫୩ ଜଣ ରୋଗୀ ସକ୍ରିୟ ରହିଛନ୍ତି। ତା ତଳକୁ ଅଛି ବଲାଙ୍ଗିର ଜିଲ୍ଲା। ଏଠାରେ ୧୯୪କୁ ବୃଦ୍ଧି ପାଇଲାଣି ରୋଗୀ ସଂଖ୍ୟା। ଚିହ୍ନଟ ୧୯୪ ମଧ୍ୟରୁ ୧୫୩ ସୁସ୍ଥ ହୋଇଥିବା ବେଳେ ୪୧ ସକ୍ରିୟ ରୋଗୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ବଲାଙ୍ଗିର ପରେ ଝାରସୁଗୁଡାରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ୧୧୮ ମଧ୍ୟରୁ ୪୮ ସୁସ୍ଥ ହୋଇଥିବା ବେଳେ ୭୦ ଜଣ ସକ୍ରିୟ ରୋଗୀ ରହିଛନ୍ତି। ଏହାପରେ ରହିଛି ବରଗଡ଼ ଜିଲ୍ଲା। ଚିହ୍ନଟ ୧୧୦ ମଧ୍ୟରୁ ୫୭ ସୁସ୍ଥ ହୋଇଥିବା ବେଳେ ୫୨ ଜଣ ସକ୍ରିୟ ରହିଛନ୍ତି। ହେଲେ ଦୁଃଖର କଥା ଜିଲ୍ଲାରେ ଜଣେ ରୋଗୀର ମୃତ୍ୟୁ ଘଟିଛି। ସେହିପରି ନୂଆପଡାରେ ୮୨ରୁ ୭୮ ସୁସ୍ଥ, ୪ ସକ୍ରିୟ, କଳାହାଣ୍ଡି ୭୧ରୁ ୭୦ ସୁସ୍ଥ, ୧ ସକ୍ରିୟ, ଦେବଗଡ଼ ୬୨ରୁ ୪୧ ସୁସ୍ଥ, ୨୧ ସକ୍ରିୟ, ସମ୍ବଲପୁର ୫୬ରୁ ୨୪ ସୁସ୍ଥ, ୩୨ ସକ୍ରିୟ, ବୌଦ୍ଧ ୪୫ରୁ ୪୦ ସୁସ୍ଥ, ୫ ସକ୍ରିୟ ଏବଂ ସୁବର୍ଣ୍ଣପୁରରେ ୩୭ରୁ ୩୫ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ଜଣ ସକ୍ରିୟ ରୋଗୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
ତେବେ ରାଜ୍ୟରେ ଏଯାଏ ମୋଟ ରୋଗୀ ସଂଖ୍ୟା ୭୫୪୫କୁ ବୃଦ୍ଧି ପାଇବା ସହ କରୋନାରେ ୨୭ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି। ସେହିପରି ଦେଶରେ ୬ ଲକ୍ଷ ୬ ହଜାର ୯୦୭ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ମହାମାରୀ କରୋନାରେ ୧୭,୮୬୫ ଜଣଙ୍କ ମୃତ୍ୟୁ ଘଟିଛି।