ଫୋନି ଲାଗି ମୋଦିଙ୍କୁ ୫ ହଜାର କୋଟି ସହାୟତା ମାଗିଲେ ନବୀନ ପଟ୍ଟନାୟକ

ଓଡ଼ିଶାଦେଶ ଓ ବିଦେଶରାଜନୀତି

ଦିଲ୍ଲୀ: ଦିଲ୍ଲୀରେ ନବୀନ ମୋଦି ଭେଟ । ସପ୍ତାହ ଲାଗି ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ମଂଗଳବାର ସକାଳ ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମୋଦିଙ୍କୁ ସାକ୍ଷାତ କରିଛନ୍ତି ନବୀନ ପଟ୍ଟନାୟକ । ଏ ଅବସରରେ ମୋଦିଙ୍କ ଦ୍ୱିତୀୟ ଇନିଂସ ନେଇ ନବୀନ ଶୁଭେଚ୍ଛା ଜଣାଇଥିଲେ । ଏଥିସହ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ବାତ୍ୟା ମୁକାବିଲା ଲାଗି ସ୍ଥାୟୀ ପ୍ରତିକାର, ଭିର୍ତ୍ତିଭୂମି ନିର୍ମାଣ ଲାଗି ସହାୟତା, ଫୋନି କ୍ଷୟକ୍ଷତି ଆଦି ସଂପର୍କରେ ନବୀନ ଆଲୋଚନା କରିଛନ୍ତି । ଫୋନି ଲାଗି ୫ ହଜାର ୨୨୮ କୋଟିର ସହାୟତା ଓ ୫ ଲକ୍ଷ ପକ୍କା ଘର ଯୋଗାଇବା ଦାବି କରିଛନ୍ତି ନବୀନ ।

ଏହା ବ୍ୟତୀତ କୋଇଲା ରୟାଲଟି ଓ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନେଇ ମଧ୍ୟ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି । ହେଲେ ଲୋକସଭାର ଉପବାଚସ୍ପତି ଓ ଆୟୁଷ୍ମାନ ଯୋଜନା ନେଇ କୌଣସି ଆଲୋଚନା ହୋଇନଥିବା ନବୀନ ପଟ୍ଟନାୟକ କହିଛନ୍ତି । ପଂଚମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ଏହା ହେଉଛି ନବୀନ- ମୋଦି ପ୍ରଥମ ଭେଟଘାଟ । ମୋଦିଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିଲେ । ଫୋନି ବାତ୍ୟା ଯୋଗୁଁ ଓଡ଼ିଶାରେ ହୋଇଥିବା କ୍ଷତିଗ୍ରସ୍ତ ନେଇ ଆଲେଚାନା କରିଥିବା ଜଣାପଡିଛି ।..