ଦିଲ୍ଲୀ: ଧୋନୀଙ୍କ ଗ୍ଲୋଭସରେ ସେନାର ସଂତେକ ନେଇ ବିବାଦ । ବିଶ୍ୱକପରେ ମହେନ୍ଦ୍ର ସିଂଧୋନୀଙ୍କୁ ସେନାର ସଂକେତ ଥିବା ଗ୍ଲୋଭସ ବ୍ୟବହାର ଲାଗି ଅନୁମତି ଦେଇପାରିବ ନାହିଁ ବୋଲି କହିଛି ଆଇସିସି । ତେବେ ଧୋନୀ ନିୟମ ଭାଂଗିଥିବା ଆଇସିସି ପକ୍ଷରୁ କୁହାଯାଇଛି । ଆଇସିସି ନିୟମରେ, କୌଣସି ଘରୋଇ ଦ୍ରବ୍ୟ, ବ୍ୟକ୍ତିଗତ ସଂଦେଶ ବ୍ୟବହାର ଲାଗି ଅନୁମତି ନ ଥିବା କୁହାଯାଇଛି । ଏଥିସହ ଗ୍ଲୋଭସରେ ବଳିଦାନ ସଂକେତ ଥିବାରୁ ଧୋନୀ ନିୟମକୁ ଭାଂଗିଛନ୍ତି ବୋଲି ଆଇସିସି ପକ୍ଷରୁ କୁହାଯାଇଛି ।
ଗତ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରେ ଧୋନୀ ପାରା କମାଣ୍ଡୋଙ୍କ ବଳୀଦାନ ସଂକେତ ଥିବା ଗ୍ଲୋଭ୍ସ ପିନ୍ଧିଥିଲେ । ଫଳରେ ଏହାକୁ ନେଇ ବିବାଦ ଦେଖା ଦେଇଥିଲା । ହେଲେ ରବିବାର ଅଷ୍ଟ୍ରେଲିଆ ବିରୋଧରେ ହେବାକୁ ଥିବା ମ୍ୟାଚରେ ଏହି ଗ୍ଲୋଭସ ବ୍ୟବହାର କରିବେ ନାହିଁ ବୋଲି ଧୋନୀ କହିଛନ୍ତି । ବଳିଦାନ ସଂକେତ ଥିବା ଗ୍ଲୋଭସ ଖୋଲିବାକୁ ରାଜି ହୋଇଛନ୍ତି ଧୋନି ।
ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ, ଧୋନୀ ବିସିସିଆଇକୁ ଗ୍ଲୋଭସ ନ ପିନ୍ଧିବା ନେଇ ସ୍ପଷ୍ଟ କରିଛନ୍ତି । ଯଦି ଏହା ନିୟମର ଉଲଂଘନ ତାହେଲେ ସେ ଏହାକୁ ପିନ୍ଧିବେ ନାହିଁ ଓ ଖୁସିରେ ଏହାକୁ ବାହାର କରି ଦେବାକୁ କହିଛନ୍ତି ।
ଗ୍ଲୋଭସରେ ସେନାର ସଂକେତ ନେଇ ବିବାଦରେ ଧୋନୀ
