ବିମାନବନ୍ଦର ନିକଟରେ ଖସି ପଡ଼ିଲା ମିଗ୍ ୨୯କେର ଇନ୍ଧନ ଟ୍ୟାଙ୍କ

ଦେଶ ଓ ବିଦେଶବଡ଼ ଖବର

ଦିଲ୍ଳୀ: ଗୋଆ ବିମାନବନ୍ଦର ନିକଟରେ ଅଘଟଣ । ଖସି ପଡ଼ିଲା ଇଂଧନ ଟ୍ୟାଙ୍କ । ଭାରତୀୟ ବାୟୁସେନାର ଏକ ଯୁଦ୍ଧ ବିମାନ ମିଗ୍ ୨୯କେର ଇଂଧନ ଟ୍ୟାଙ୍କ ଉଡାଣ ଭରିବା ସମୟରେ ବିମାନବନ୍ଦର ନିକଟରେ ଖସି ପଡ଼ିଛି । ଏବଂ ସେଠାରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି । ଏଥିପାଇଁ ଗୋଆ ବିମାନବନ୍ଦରକୁ କିଛି ସମୟ ଲାଗି ବନ୍ଦ କରି ଦିଆଯାଇଛି । ଏବଂ କେମିତି ଶୀଘ୍ର ବିମାନ ଚଳାଚଳ ହେବ ସେଥି ଲାଗି ଉଦ୍ୟମ ଜାରି ରହିଛି । ଏହି ସୂଚନା ନେବି ପକ୍ଷରୁ ଦିଆଯାଇଛି । ହେଲେ ଫାଇଟର ବିମାନ ସୁରକ୍ଷିତ ଥିବା ଜଣା ପଡିଛି ।