ନବନୀତା ବ୍ୟୁରୋ । କାଲି ବଲାଙ୍ଗିରରେ କର୍ଫ୍ୟୁ। ସକାଳ ୯ ଟାରୁ ସନ୍ଧ୍ୟା ୬ ଯାଏ କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ। ୧୧ ଟା ବେଳେ ତିରୁପୂର୍ ତାମିଲନାଡୁରୁ ବଲାଙ୍ଗିରକୁ ଶ୍ରମିକ ସ୍ପେଶାଲ ଟ୍ରେନ୍ ପହଞ୍ଚିବ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବଲାଙ୍ଗିର ସହରର କେତେକ ଅଞ୍ଚଳରେ କର୍ଫ୍ୟୁ ଜାରି କରିଛନ୍ତି।

କର୍ଫ୍ୟୁ ଜାରି ହୋଇଥିବା ଅଞ୍ଚଳ ମଧ୍ୟରେ ରହିଛି ସାଲେପାଲି ଗାଁ। ଏହି ଗାଁରେ ସମ୍ପୂର୍ଣ୍ଣ କର୍ଫ୍ୟୁ ଜାରି କରାଯାଇଛି। ଏଥିସହ ରେଲୱେ ଷ୍ଟେସନ- ସୁଡପଡା- ବେହେରାପାଲି ରେଲୱେ ଓଭର୍ ବ୍ରିଜ ଦେଇ ଯାଇଥିବା ପୁଇନ୍ତଲା ରାସ୍ତା। ରେଲୱେ ଷ୍ଟେସନ ସାଲେପାଲି ଦେଇ ଆଟିଓ ଅଫିସକୁ ଯାଇଥିବା ଟିଟିଲାଗଡ ରାସ୍ତା ଓ ଆରଟିଓ ଅଫିସରୁ ମହିଳା ମହାବିଦ୍ୟାଳୟ ଛକ୍ ଦେଇ ରାଜେନ୍ଦ୍ର କଲେଜ୍ ଛକ ଏରିଆ ଦେଇ ଯାଇଥିବା ରାସ୍ତାରେ କର୍ଫ୍ୟୁ ଜାରି କରାଯାଇଛି।
ଏବେ ବଲାଙ୍ଗିର ଜିଲ୍ଲାରେ ଦୁଇ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଜିଲ୍ଲା ପ୍ରଶାସନର କଡ଼ା ପଦକ୍ଷେପ ପରେ ଜିଲ୍ଲାରେ ସ୍ଥିତି ସ୍ଥିର ରହିଛି। ଏପରିକି ରୋଗୀ ଚିହ୍ନଟ ଦିନଠାରୁ ଜିଲ୍ଲାରେ ଆଉ କୌଣସି ସଂକ୍ରମଣ ଜଣା ପଡିନାହିଁ। ତେଣୁ କାଲି ଶ୍ରମିକ ସ୍ପେଶାଲ୍ ଟ୍ରେନ ବଲାଙ୍ଗିର ଆସୁଥିବାରୁ ସଂକ୍ରମଣ ଏଡାଇବାକୁ ସହରର କେତେକାଂଶରେ କର୍ଫ୍ୟୁ ଜାରି କରିଛି ପ୍ରଶାସନ।
