ନବନୀତା ବ୍ୟୁରୋ। ଭୁବନେଶ୍ୱରରୁ ଦିଲ୍ଲୀ ଗଡିଲା ସ୍ଵତନ୍ତ୍ର ଏକ୍ସପ୍ରେସ। ଆଜି ସକାଳ ୧୦ଟା ସମୟରେ ୫୨୭ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ବାହାରିଛି ସ୍ଵତନ୍ତ୍ର ଏସି ଏକ୍ସପ୍ରେସ। କଡାକଡି ସୁରକ୍ଷା ମଧ୍ୟରେ ଏମାନେ ଯାତ୍ରା କରିଥିବା ବେଳେ ଅନ୍ୟାନ୍ୟ ଷ୍ଟେସନରେ ମୋଟ ୯୧୬ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଯାତ୍ରା କରିବ ବୋଲି ରେଲୱେ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ଥର୍ମାଲ ସ୍କ୍ରୀନିଂ ଓ ସାମାଜିକ ଦୂରତ୍ବକୁ କଡାକଡି ଭାବେ ପାଳନ କରି ସମସ୍ତ ଯାତ୍ରୀଙ୍କୁ ଟ୍ରେନ୍ ଭିତରକୁ ଯିବାକୁ ଦିଆଯାଇଛି। କେବଳ କରୋନା ଲକ୍ଷଣ ନଥିବା ଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ଦିଆଯାଇଛି। ଏହି ସ୍ଵତନ୍ତ୍ର ଟ୍ରେନ୍ ତୃତୀୟ, ଦ୍ବିତୀୟ ଓ ପ୍ରଥମ ଶ୍ରେଣୀ ସହ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଥିବା ସହ ଏହାର ଟିକେଟ କେବଳ ଆଇଆରସିଟିସି ପୋର୍ଟାଲ୍ ଜରିଆରେ ଟିକେଟ ବୁକିଂ କରାଯାଇଥିଲା। ଜାଣନ୍ତୁ ସୁରକ୍ଷିତ ଯାତ୍ରା ପାଇଁ ଆହୁରି କଣ କଣ ପରାମର୍ଶ ଦିଆଯାଇଛି।

