ନବନୀତା ବ୍ୟୁରୋ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ ଡାଉନ୍ କୁ ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସମ୍ବୋଧନ ବେଳେ ମୋଦୀ ଲକ୍ ଡାଉନ୍ ୨.୦ ଘୋଷଣା କରିଛନ୍ତି। ମଇ ୩ ତାରିଖ ଯାଏ ଦେଶରେ ଲକ୍ ଡାଉନ ଜାରି ରହିବ ବୋଲି ମୋଦୀ କହିଛନ୍ତି। ସୂଚନା ଅନୁସାରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅଧିକାଂଶ ମୁଖ୍ୟମନ୍ତ୍ରୀ ଲକ୍ ଡାଉନ୍ ସୀମା ବୃଦ୍ଧି ପାଇଁ ମୋଦୀଙ୍କୁ ଅପିଲ କରିଥିଲେ।
ମୋଦୀ କହିଛନ୍ତି ଯେ, ସମସ୍ତଙ୍କ ସଠିକ୍ ପ୍ରସ୍ତାବ ଏହା କି ଲକ୍ ଡାଉନ୍ କୁ ବୃଦ୍ଧି କରାଯାଉ। କିଛି ରାଜ୍ୟ ପୂର୍ବରୁ ଲକ୍ ଡାଉନ୍ ସୀମାକୁ ବୃଦ୍ଧି କରି ସାରିଛନ୍ତି। ସବୁ ପ୍ରସ୍ତାବକୁ ଧ୍ୟାନ ରଖି ନିଷ୍ପତି ନିଆ ଯାଇଛି କି ଭାରତରେ ଲକ୍ ଡାଉନ୍ ଆସନ୍ତା ମଇ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପଡ଼ିବ। ଏହି ସମୟ ଯାଏ ସମସ୍ତ ଦେଶବାସୀଙ୍କୁ ଲକ୍ ଡାଉନ୍ ରେ ରହିବାକୁ ପଡ଼ିବ। ଏ ସମୟରେ ପୂର୍ବ ଭଳି ଅନୁଶାସନ ପାଳନ କରିବାକୁ ପଡ଼ିବ ବୋଲି ମୋଦୀ କହିଛନ୍ତି।
ଦେଶବାସୀଙ୍କୁ ମୋଦୀଙ୍କ ୭ଟି ଅପିଲ
ଆମେ ଧୈର୍ଯ୍ୟ ଧରି ରହିବା, ନିୟମ ଗୁଡ଼ିକର ପାଳନ କରିବା ତାହେଲେ ମହାମାରୀ କରୋନାକୁ ପରାସ୍ତ କରି ପାରିବା। ଏହି ବିଶ୍ୱାସ ସହ ମୁଁ ଆଜି ସାତଟି ମହତ୍ୱପୂର୍ଣ୍ଣ ବିଷୟ ଉପରେ ଆପଣଙ୍କ ସହଯୋଗ ମାଗୁଛି।
ପ୍ରଥମ କଥା: ଆପଣଙ୍କ ଘରର ବୟସ୍କ ଲୋକଙ୍କ ବିଶେଷ ଧ୍ୟାନ ରଖନ୍ତୁ। ବିଶେଷ କରି ଏଭଳି ବ୍ୟକ୍ତି ଯାହାଙ୍କୁ ପୁରୁଣା ରୋଗ ଅଛି, ସେମାନଙ୍କୁ ଅଧିକ ଦେଖରେଖ୍ କରିବାକୁ ପଡ଼ିବ। ଏପରିକି ତାଙ୍କୁ କରୋନା ଠାରୁ ସୁରକ୍ଷିତ ରଖିବାକୁ ହେବ।
ଦ୍ବିତୀୟ କଥା: ଲକ୍ ଡାଉନ୍ ଓ ସାମାଜିକ ଦୁରତ୍ଵର ଲକ୍ଷ୍ମଣ ରେଖା ସମ୍ପୂର୍ଣ ଭାବେ ପାଳନ କରନ୍ତୁ। ଘର ତିଆରି ମାସ୍କ ନିୟମିତ ଭାବରେ ବ୍ୟବହାର କରନ୍ତୁ।
ତୃତୀୟ କଥା: ଇମ୍ୟୁନୀଟି ବୃଦ୍ଧି ପାଇଁ ଆୟୁଷ ମନ୍ତ୍ରାଳୟ ଦ୍ଵାରା ଦିଆଯାଇଥିବା ନିର୍ଦ୍ଦେଶ ପାଳନ କରିବାକୁ ପଡ଼ିବ। ଗରମ ପାଣି ଓ ଖାଦ୍ୟ ନିୟମିତ ଭାବରେ ସେବନ କରନ୍ତୁ।
ଚତୁର୍ଥ କଥା: କରୋନା ସଂକ୍ରମଣକୁ ରୋକିବାକୁ ସହାୟତା କରିବା ପାଇଁ ଆରୋଗ୍ୟ ସେତୁ ଆପ ଅବଶ୍ୟ ଡାଉନ୍ ଲୋଡ କରନ୍ତୁ। ଅନ୍ୟ ଲୋକଙ୍କୁ ମଧ୍ୟ ଏହି ଆପ ଡାଉନ୍ ଲୋଡ କରିବା ପାଇଁ କୁହନ୍ତୁ।
ପଞ୍ଚମ କଥା: ଯଥା ସମ୍ଭବ ଗରିବ ପରିବାର ଲୋକଙ୍କ ଦେଖରେଖ କରିବା ସହ ଖାଦ୍ୟର ଆବଶ୍ୟକତା ପୂରଣ କରନ୍ତୁ।
ଷଷ୍ଠ କଥା: ବ୍ୟବସାୟ ଓ ଉଦ୍ୟୋଗରେ କାର୍ଯ୍ୟରତ ଲୋକଙ୍କ ପ୍ରତି ସମ୍ବେଦନା ରଖିବା ସହ କାହାକୁ ବି ଚାକିରିରୁ ବାହାର କରନ୍ତୁ ନାହିଁ।
ସପ୍ତମ କଥା: ଦେଶର କରୋନା ଯୋଦ୍ଧା ଡାକ୍ତର, ନର୍ସ, ସଫେଇ କର୍ମଚାରୀ ଓ ପୋଲିସ କର୍ମଚାରୀଙ୍କୁ ସମ୍ମାନ ଜଣାନ୍ତୁ।
ପୁରା ନିଷ୍ଠାର ସହ ମଇ ୩ ତାରିଖ ଯାଏ ଲକ୍ ଡାଉନ୍ ନିୟମ ପାଳନ କରନ୍ତୁ। ଯିଏ ଯେଉଁଠି ଅଛନ୍ତି ସେଠାରେ ରହନ୍ତୁ ସୁରକ୍ଷିତ ରହନ୍ତୁ।
ଦେଶବାସୀଙ୍କୁ ମୋଦୀଙ୍କ ସମ୍ବୋଧନ: ମଇ ୩ ତକ୍ ଜାରି ରହିବ ଲକ୍ ଡାଉନ୍
