ଭୁବନେଶ୍ୱର: ଓଡ଼ିଶାରେ ବିଜେପିର ମିଶନ ୧୨୦ ଫେଲ୍ । ହେଲେ କଂଗ୍ରେସକୁ ପଛରେ ପକାଇ ଦ୍ୱିତୀୟ ନମ୍ବରକୁ ଉନ୍ନିତ ହୋଇଛି । ଏଥିସହ ବିରୋଧୀ ଦଳ ଭୂମିକା ତୁଳାଇବାରେ ମଧ୍ୟ ଏଥର ସୁଯୋଗ ମିଳିଛି । ତେବେ ଓଡ଼ିଶାରେ କିଏ ହେବ ବିଜେପି ବିଧାୟକ ଦଳ ନେତା ସେନେଇ କଳ୍ପନାଜଳ୍ପନା ଜାରି ରହିଛି । ଚର୍ଚ୍ଚା ହେଉଛି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ସବୁଠୁ ଆଗରେ ଥିବା ଚର୍ଚ୍ଚା ହେଉଛି । ଜୟ ନାରାୟଣ ମିଶ୍ର ସମ୍ବଲପୁରରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ତେଣୁ ତାଙ୍କ ନାଁ ସମସ୍ତଙ୍କ ଆଗରେ ଥିବା କୁହାଯାଉଛି । ମେଣ୍ଟ ସରକାରରେ ଜୟ ନାରାୟଣ ମନ୍ତ୍ରୀ ଥିଲେ ଜୟ ନାରାୟଣ । ଚଳିତ ନିର୍ବାଚନରେ ଚତୁର୍ଥ ଥର ଲାଗି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ତେଣୁ ସେ ବିରୋଧୀ ଦଳ ନେତା ଲାଗି ମୁଖ୍ୟ ଦାବିଦାର ଥିବା ଚର୍ଚ୍ଚା ହେଉଛି ।
ତା ପରକୁ ପୂର୍ବତନ ମନ୍ତ୍ରୀ ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ତା ପରକୁ ଧାମନଗର ବିଧାୟକ ତଥା ଉପସଭାପତି ବିଷ୍ଣୁ ସେଠୀଙ୍କ ନାଁ ମଧ୍ୟ ବିଧାୟକ ଦଳ ନେତା ଦୌଡ଼ରେ ଥିବା କୁହାଯାଉଛି । ୩୦ ତାରିଖ ପ୍ରଧାନମନ୍ତ୍ରୀ ମୋଦି ଶପଥ ନେବା ପରେ ବିଜେପି ବିଧାୟକ ଦଳ ବୈଠକ ବସି ନେତା ବଛା ଯିବ ।
ବିଜେପି ବିଧାୟକ ଦଳ ନେତା ରେସରେ ଜୟ
