ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଡାକ୍ତର, ସ୍ବାସ୍ଥ୍ୟ କର୍ମୀଙ୍କୁ ମିଳିବ ଆଗୁଆ ୪ ମାସର ଦରମା

ଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ। କରୋନା ସାରା ବିଶ୍ୱରେ ମହାମାରୀର ରୂପ ଧାରଣ କରିଛି। ତେବେ ସଂକ୍ରମଣକୁ ନେଇ ସାରା ଦେଶ ଲକ୍ ଡାଉନ୍ ଘୋଷଣା କରାଯାଇଛି। ସମସ୍ତେ ଘରେ ରହି ଥିବା ବେଳେ ଡାକ୍ତର ଓ ସ୍ଵାସ୍ଥ୍ୟ କର୍ମଚାରୀ ମାନେ ସେବା କରି ଚାଲିଛନ୍ତି। ତେଣୁ ଏମାନଙ୍କର ସେବା ତ୍ୟାଗକୁ ସମ୍ମାନ ଜଣାଇବା ସହ ୪ ମାସର ଆଗୁଆ ଦରମା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।