ସାଢେ଼ ଚାରି କୋଟି ଓଡ଼ିଆ ମୋ ପରିବାର: ନବୀନ ପଟ୍ଟନାୟକ

ଓଡ଼ିଶାବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ସାଢେ଼ ଚାରି କୋଟି ଓଡ଼ିଆ ମୋ ପରିବାର। ଆପଣଙ୍କ ଆଶିର୍ବାଦରେ ଓଡ଼ିଶାରେ ବିଜେଡ଼ି ଦୁଇ ଦଶନ୍ଧି ଧରି ଶାସନ ଗାଦିରେ ବସିବା ସହ ଲୋକଙ୍କ ନିକଟତର ହୋଇ ପାରିଛି। ତେଣୁ ଆପଣଙ୍କ ପାଖରେ ମୁଁ ରୂଣୀ। ଆପଣ ମାନେ ଖୁସି ତୋ, ମୁଁ ବି ବହୁତ୍ ଖୁସି। ବିଜେଡ଼ି ସରକାର ୨୦ ବର୍ଷ ପୂର୍ତ୍ତି ଅବସରରେ କଟକରେ ଆୟୋଜିତ ଭବ୍ୟ ସମାରୋହରେ ନିଜର ବକ୍ତବ୍ୟ ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀ। ସେ କଟକରେ ଜନ୍ମ ଗ୍ରହଣ କରି ବଡ଼ ହୋଇଥିଲେ। କଟକରୁ ପେଶୱାର ଯାଏ ସାଇକେଲରେ ଯାତ୍ରା କରିଥିଲେ ବିଜୁ ପଟ୍ଟନାୟକ। ତାଙ୍କର ସମ୍ପର୍କ କଟକ ସହର ସହ ଜଡ଼ିତ। ତେଣୁ କଟକ ସହ ଆମ ପରିବାରର ସମ୍ପର୍କ ସ୍ଵତନ୍ତ୍ର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ଅବସରରେ କଟକ ଏସସିବି ମେଡିକାଲ୍ କଲେଜକୁ ବିଶ୍ବସ୍ତରୀୟ କରିବା ଲକ୍ଷ୍ୟ। ତେଣୁ ଏସସିବି ସମ୍ପ୍ରସାରିତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଶ୍ବସ୍ତରୀୟ ମାନ୍ୟତା ନେଇ ଆଜିଠୁ କାମ ଆରମ୍ଭ ହେବା ସହ ଓଡ଼ିଶା ବିକାଶ ଇତିହାସରେ ନୂଆ ବିକାଶ ଫର୍ଦ୍ଦ ଯୋଡ଼ି ହେଲା ବୋଲି କହିଛନ୍ତି ନବୀନ।

ଆଜି ବିଜେଡ଼ି ସରକାର କୋଡିଏ ବର୍ଷ ପୂର୍ଣ୍ଣ କରିଛି। ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜେଡ଼ି ଦୁଇ ଦଶନ୍ଧି ଧରି ଶାସନ କରୁଛି। ଏଥିପାଇଁ ଆପଣଙ୍କ ନିକଟରେ ମୁଁ ବହୁତ୍ ରୁଣୀ ବୋଲି କହିଛନ୍ତି ନବୀନ। ଶେଷରେ ବନ୍ଦେ ଉତ୍କଳ ଜନନୀ କହି ଅଭିଭାଷଣ ସାରିଥିଲେ।