ନବନୀତା ବ୍ୟୁରୋ। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ୨୦୨୦-୨୧ରେ ଆଡମିସନ୍ ପାଇଁ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଟଳିଛି। ଏଥିପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନିଜ ଆଧିକାରିକ ୱେବସାଇଟରେ ବିଜ୍ଞପ୍ତି ଜାରି କରିଛି।

ଆଧିକାରିକ ବିଜ୍ଞପ୍ତି ଅନୁସାରେ ଆଡମିସନ୍ ପାଇଁ ଆହୁରି ବିଳମ୍ବ ହେବ। କାରଣ କେନ୍ଦ୍ରୀୟ ବିଦ୍ୟାଳୟ କିଛି ନୂଆ ଗାଇଡ ଲାଇନ ଆଣିବାକୁ ଯାଉଛି। ନୂଆ ଗାଇଡ୍ ଲାଇନ୍ ଆସିବା ପରେ ଆଡମିସନ୍ ପ୍ରକ୍ରିୟା ଆରମ୍ଭ ହେବ। ଥରେ ଆଡମିସନ୍ ତାରିଖ ଘୋଷଣା ହେବା ପରେ ଆବେଦନ କରିବା ପାଇଁ ଲିଙ୍କ୍ ଅାକଟିଭ୍ କରି ଦିଆ ଯିବ। ପ୍ରାର୍ଥୀ kvsonlineadmission.in କୁ ଯାଇ ଆବେଦନ କରି ପାରିବେ। କୁହା ଯାଉଛି କି ଆଡମିସନ୍ ପ୍ରକ୍ରିୟା ମାର୍ଚ୍ଚ ଶେଷ ସପ୍ତାହରେ ସମାପ୍ତ ହୋଇଯିବ।
ସୂଚନା ଅନୁସାରେ ପ୍ରଥମ ଶ୍ରେଣୀ ପାଇଁ ଆଡମିସନ୍ ପ୍ରକ୍ରିୟା ପ୍ରଥମେ ଆରମ୍ଭ ହେବ। ତା ପରେ ଦ୍ଵିତୀୟ ଓ ଏହାପରେ ଉପର ଶ୍ରେଣୀ ପାଇଁ ଅଲଗା ଅଲଗା ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ଶ୍ରେଣୀରେ ଆଡମିସନ୍ ପ୍ରକ୍ରିୟା ବି ଅଲଗା ଅଲଗା ଭାବେ ଆୟୋଜିତ କରାଯିବ। ଆବେଦନ ଶେଷ ହେବା ପରେ ଆଡମିସନ୍ ତାଲିକା ପ୍ରକାଶ ପାଇବ। ସୂଚନା ଯୋଗ୍ୟ ଯେ, ଏହି ବିଦ୍ୟାଳୟରେ ୧୫% ଏସସି ଓ ୭.୫% ଏସଟି ବର୍ଗ ପାଇଁ ସଂରକ୍ଷିତ ରହିଛି।
