ଭୁବନେଶ୍ୱର (ନବ୍ୟୁ): ଓଡ଼ିଶା ରାଜନୀତିରେ ସବୁବେଳେ ରାଜପରିବାର ସଦସ୍ୟଙ୍କ ଦବଦବା ରହି ଆସିଛି । ହେଲେ ଏ ବର୍ଷ ରାଜ ପରିବାରର ବହୁ ସଦସ୍ୟ ପରାଜୟର ସ୍ୱାଦ ଚାଖିଛନ୍ତି । ପୂର୍ବରୁ ବର୍ଷ ବର୍ଷ ଧରି ନିଜ ଗଡ଼ ରକ୍ଷା କରୁଥିବା ଏହି ନେତାମାନେ ଏଥର ଗଡ଼ ରକ୍ଷା କରିବାରେ ଅସଫଳ ହୋଇଛନ୍ତି । ତେବେ କଣ ପାଇଁ ଏମାନେ ହାରିଲେ? ରାଜପରିବାରର ସଦସ୍ୟଙ୍କୁ ଧୋକା ଦେଲେ କି ପ୍ରଜା! ଏବେ ଏ ପ୍ରଶ୍ନ ସମସ୍ତ ସାଧାରଣ ଜନତାଙ୍କ ମନରେ ଉଙ୍କି ମାରୁଛି । ଓଡ଼ିଶାରେ ନବୀନ ଓ ମୋଦି ପ୍ରଭାବ ଥିଲେ ମଧ୍ୟ ଏମାନେ ପରାଜୟ ବରଣ କରିଛନ୍ତି । ତେବେ କଣ ପାଇଁ ଦେଖା ଦେଲା ଏ ସମସ୍ୟା? କୁହାଯାଉଛି, ସାଂଗଠନିକ ଅଭାବ ସହ ଲୋକଙ୍କ ନିକଟତର ହୋଇନ ପାରିବା ପରାଜୟର ମୁଖ୍ୟ କାରଣ ହୋଇପାରେ ।
ଏବେ ନଜର ପକାଇବା ବଲାଙ୍ଗିର ଜିଲ୍ଲା ପାଟଣାଗଡ ମହାରାଜ କନକ ବର୍ଦ୍ଧନ ସିଂହଦେଓଙ୍କ ହାରିବା ଖବର ଉପରେ । ଏଠାରୁ ଦୀର୍ଘ ୨୫ ବର୍ଷ ହେଲା କେଭି ସିଂହଦେଓ ଜିତି ଆସୁଥିଲେ । ରାଜ୍ୟ ରାଜନୀତିରେ ନିଜର ଦବଦବା ରହିଥିବା କେଭି ଏଥର କିନ୍ତୁ ନିଜ ଗଡ଼ ରକ୍ଷା କରି ପାରି ନାହାନ୍ତି । ଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ହେଲା ସେ ପାଟଣାଗଡ ଅଂଚଳରୁ ପ୍ରତିନିଧିତ୍ୱ କରିବା ସହ ଅନେକ ସମୟରେ ମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି ଓ ବିଜେପି ବିଧାୟକ ଦଳ ନେତା ଭାବେ ନିଜର ଦକ୍ଷତା ପ୍ରତିପାଳନ କରିଛନ୍ତି । ହେଲେ ଏଥର ଜଣେ ସାମାନ୍ୟ ନେତାଙ୍କଠାରୁ ହାରି ଯାଇଛନ୍ତି କେଭି । ବିଜେଡିର କନିଷ୍ଠ ନେତା ତଥା ନବାଗତ ସରୋଜ ମହେରଙ୍କଠାରୁ ପରାସ୍ତ ହୋଇଛନ୍ତି । ଚର୍ଚ୍ଚା ହେଉଛି, ନିଜର ଓଭର କନଫିଡେନ୍ସ, ସାଂଗଠାନିକ ସ୍ଥିତି ଦୁର୍ବଳ, କର୍ମୀଙ୍କ ଆତ୍ମଘାତ ତଥା ବିଜେଡି ପ୍ରାର୍ଥୀ ସରୋଜ ମେହେରଙ୍କୁ ହାଲକା ଭାବରେ ନେବା! ଅନ୍ୟପଟେ ସାଧାରଣ ଜନତା ଭଲ ବ୍ୟକ୍ତି ଅପେକ୍ଷା ଟଙ୍କାର ଲାଲସାରେ ପଡିଥିବା ଚର୍ଚ୍ଚା ହେଉଛି । ପୂର୍ବରୁ ବିକ୍ରି ହେଉନଥିବା ଭୋଟର ଏଥର ଟଙ୍କାରେ ବିକି ହୋଇଗଲେ କି? ୨୫ ବର୍ଷ ଧରି ରାଜାଙ୍କୁ ଭରସା କରୁଥିବା ପ୍ରଜା ଏଥର ଧୋକା ଦେଇଦେଲେ କି? ନ ହେଲେ କଣ ରାଜା ଜଣେ ସାଧାରଣ ପ୍ରଜାଙ୍କଠାରୁ ହାରି ଯାଇନଥାନ୍ତେ! ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି ଯେ, ଅସୁବିଧା ସମୟରେ ସହାୟତା କରିଥିଲେ ମଧ୍ୟ ଲୋକେ ଠିକ ସମୟରେ ସାଥ ଦେବେ ନି ।
ସୂଚନା ଅନୁସାରେ, ସ୍ଥାନୀୟ ଲୋକଙ୍କ ସୁଖଦୁଃଖ ସମୟରେ ଛିଡ଼ା ହୋଇଥାନ୍ତି କନକ ବର୍ଦ୍ଧନ ସିଂହଦେଓ । ଅଂଚଳର ବିକାଶ ଲାଗି ଅନେକ ଉନ୍ନୟନମୂଳକ କାର୍ଯ୍ୟ, ରାସ୍ତା, ବ୍ରିଜ ଆଦି ଅନେକ ସମସ୍ୟାର ସମାଧାନ କରିଛନ୍ତି । ଏପରିକି ମେଡ଼ିକାଲ କେସରେ ସ୍ଥାନୀୟ ଲୋକଙ୍କୁ ବହୁ ସହାୟତାର ହାତ ବଢ଼ାଇଥାନ୍ତି । ପଲ୍ଲୀରୁ ରାଜଧାନୀ ପଠାଇ ବଡ଼ ବଡ଼ ମେଡ଼ିକାଲରେ ରୋଗୀଙ୍କ ଚିକିତ୍ସା କରାଇଥାନ୍ତି । କିନ୍ତୁ ଏଥର ନିର୍ବାଚନ ବେଳେ ତାଙ୍କୁ ସାଥ୍ ଦେଲେନି ସେହି ଜନତା । ସଫଳ ରାଜନେତା, ସ୍ପଷ୍ଟବାଦୀ, ଆଦର୍ଶବାଦୀ, ମହାନତା, ସହାୟତା କିଛି କାମ ଦେଲାନି ଏହି ନିର୍ବାଚନରେ । ମଦ ମାଂସ ଓ ଟଙ୍କା ପଛରେ ପଡ଼ି ଭୁଲି ଗଲେ ରାଜାଙ୍କୁ ।
ବଲାଙ୍ଗିରେ ଯୁବରାଜ ଫେଲ କିନ୍ତୁ ମହାରାଣୀ ବିଜୟୀ ହେଲେ । ବିଜେଡି ନେତା କଳିକେଶ ନାରାୟଣ ସିଂହଦେଓଙ୍କୁ ପରାସ୍ତ କଲେ ବିଜେପିର ସଂଗୀତା ସିଂହଦେଓ । ଏଠାରେ ରାଜପରିବାରର ବିଜୟୀ ନୁହେଁ, ଦଳ ଓ ବ୍ୟକ୍ତି କେନ୍ଦ୍ରୀକର ବିଜୟ କୁହାଯାଇପାରେ । କାରଣ ଲୋକସଭାରେ ଲଢ଼ିଥିବା ଉଭୟେ ହେଉଛନ୍ତି ରାଜ ପରିବାରର ସଦସ୍ୟ । ୨ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା କଳିକେଶକୁ ୧୯ ହଜାର ୫୧୬ ଭୋଟରେ ପରାସ୍ତ କଲେ ସଂଗୀତା । ସେହିପରି ବଲାଙ୍ଗିର ବିଧାନସଭାରେ ନରସିଂହ ପୁଣି ଥରେ ବିଜୟୀ ହୋଇଛନ୍ତି । ଗତ ୨୦୧୪ ନିର୍ବାଚନରେ ଏୟୁ ସିଂହଦେଓଙ୍କୁ ପରାସ୍ତ କରିଥିବା ନରସିଂହ ଏଥର ତାଙ୍କ ପୁଅଙ୍କୁ ମାତ ଦେଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ପ୍ରଥମ କରି ବିଧାୟକ ପାଇଁ ଲଢ଼େଇ କରି ପରାଜୟବରଣ କରିଛନ୍ତି ଅର୍କେଶ ନାରାୟଣ ସିଂହଦେଓ । ଦୀର୍ଘ ୧୦ ବର୍ଷର ସ୍ୱପ୍ନ ବେକାର ହୋଇଗଲା । ବଲାଙ୍ଗିରରେ ଦଳର ସାଂଗଠାନିକ ସ୍ଥିତି ଥିଲେ ମଧ୍ୟ ନିର୍ବାଚନ ସମୟରେ ଅନ୍ୟ ଦଳର ନେତାଙ୍କୁ ଦଳରେ ମିଶାଇ ସେମାନଙ୍କୁ ଅଧିକ ଗୁରୁତ୍ୱ ଦେବା ପରାଜୟର କାରଣ ହୋଇପାରେ ।
ଗୁରୁକୁ ପଛରେ ପକାଇଲେ ଚେଲା!
ନବ ନିର୍ବାଚିତ ବିଜେଡି ବିଧାୟକ ସରୋଜ ମେହେର । ପାଟଣାଗଡ ଅଂଚଳରେ ଭଲ ସଂଗଠନ କରୁଥିଲେ ମଧ୍ୟ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିବାର ସୁଯୋଗ ମିଳୁନଥିଲା । ଦଳୀୟ ସଂଗଠନ ଲାଗି ସରୋଜ ଧୀରେ ଧୀରେ କଳିକେଶଙ୍କ ସଂସ୍ପର୍ଶରେ ଆସିବା ସହ ଖୁବ ନିକଟତର ହେଲେ । ଏପରିକି ତାଙ୍କ ବିଧାୟକ ଟିକେଟ୍ ପାଇବାରେ ମଧ୍ୟ କଳିକେଶଙ୍କର ମୁଖ୍ୟ ଭୂମିକା ରହିଥିବା କୁହାଯାଉଛି । ହେଲେ ଟିକେଟ୍ ପାଇବା ପରେ ସରୋଜ କଳିକେଶଙ୍କୁ ଆଉ ସେତେଟା ଗୁରୁତ୍ୱ ଦେଲେନି । ନିର୍ବାଚନରେ ଏମିତି ମାତିଲେ ଯେ, କଳିକେଶଙ୍କ ସହ କଥା ହେବା ପାଇଁ ତାଙ୍କୁ ଟିକିଏ ବି ସମୟ ମିଳିଲା ନାହିଁ । ‘ସଂପଦ ବେଳେ ସର୍ବେ ଶଖା, ବିପଦେ ନ ଦିଅନ୍ତି ଦେଖା’, ଏ ପଂକ୍ତିଟି ଏଠାରେ ପ୍ରଯୁଜ୍ୟ ।
ସେହିପରି ବୈଜ୍ଞାନିକ ଚାକିରି ଛାଡ଼ି ବିଜେପିରେ ମିଶିଥିଲେ ମୁକେଶ ମହାଲିଙ୍ଗ । ବରିଷ୍ଠ ବିଜେପି ନେତା କନକ ବର୍ଦ୍ଦନଙ୍କ ଉପସ୍ଥିତିରେ ମୁକେଶ ବିଜେପିରେ ସାମିଲ ହୋଇଥିଲେ । ତାଙ୍କ ବିଧାୟକ ଟିକେଟ ପାଇବାରେ ମଧ୍ୟ କେଭିଙ୍କ ବେଶ୍ ଭୂମିକା ରହିଛି । ହେଲେ ନିର୍ବାଚନରେ ମୁକେଶ ଜିତିଥିବା ବେଳେ କେଭି ନିର୍ବାଚନରେ ହାରି ଗଲେ । ସବୁ ଗଣିତ ଫେଲ୍ ମାରିବା ସହ ଗୁରୁ ନିର୍ବାଚନରେ ଫେଲ୍ ମାରିଥିବା ବେଳେ ଚେଲା ନିବାଚନ ଜିଣି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।
କଳାହାଣ୍ଡି ଲୋକସଭାରେ ବି ରାଜ ପରିବାର ସଦସ୍ୟଙ୍କୁ ଗ୍ରହଣ କଲେନି ସାଧାରଣ ଜନତା । ବିଜେଡି ଲୋକସଭା ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କଠାରୁ ୨୬ ହଜାର ୮୧୪ ଭୋଟରେ ପରାସ୍ତ ହୋଇଛନ୍ତି । ପୂର୍ବରୁ ଧର୍ମଗଡ଼ ବିଧାନସଭାରୁ ବିଜୟୀ ହୋଇ ଅନେକ ସମୟରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇ ମନ୍ତ୍ରୀ ହୋଇଥିଲେ । ପରେ ଦଳର ପ୍ରବକ୍ତା ନିଯୁକ୍ତ ହେବା ସହ ଚଳିତ ନିର୍ବାଚନରେ କଳାହାଣ୍ଡି ଲୋକସଭାରୁ ନିର୍ବାଚନ ଲଢ଼ି ପରାଜୟ ହୋଇଛନ୍ତି । ସେହିପରି କଳାହାଣ୍ଡି ମହାରାଜା ଉଦିତ ପ୍ରତାପ ଦେଓଙ୍କ ପୁଅ ଅନନ୍ତ ପ୍ରତାପ ଦେଓ ଧର୍ମଗଡ ବିଧାନସଭାରୁ ବିଜେପିରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି । କର୍ଲାପାଟ ରାଜପରିବାରର ସଦସ୍ୟ ଅନିଲ ସିଂହଦେଓ ଜୁନାଗଡ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ହୋଇ ପରାସ୍ତ ହୋଇଛନ୍ତି ।
ସେପଟେ ଢେଙ୍କାନାଳ ଲୋକସଭାରୁ କଂଗ୍ରେସ ପ୍ରାର୍ଥୀ କାମାକ୍ଷାପ୍ରସାଦ ସିଂହଦେଓ ମହେଶ ସାହୁଙ୍କଠାରୁ ହାରି ଯାଇଛନ୍ତି । ସେହିପରି ପାରଳାଖେମୁଣ୍ଡିରେ ବିଜେଡି ପ୍ରାର୍ଥୀ କଲ୍ୟାଣୀ ଗଜପତି ହାରିଥିବା ବେଳେ ସାନଖେମୁଣ୍ଡିରୁ ବିଜେଡି ପ୍ରାର୍ଥୀ ନନ୍ଦିନୀ ଦେବୀ ଓ ଖଣ୍ଡପଡାରୁ ବିଜେପି ପ୍ରାର୍ଥୀ ସିଦ୍ଧାର୍ଥ ଶେଖର ସିଂହ ପରାଜୟ ବରଣ କରିଛନ୍ତି ।
ଅନ୍ୟପଟେ ନିର୍ବାଚନରେ ଲଢ଼ିଥିବା ଅନେକ ରାଜ ପରିବାରର ସଦସ୍ୟମାନେ ଜିତିଛନ୍ତି । ଆଳି ବିଧାନସଭାରୁ ପ୍ରତାପ ଦେବ, ଚିିକିଟିରୁ ଉଷା ଦେବୀ ଜିତିଥିବା ବେଳେ ସମ୍ବଲପୁର ଲୋକସଭାରୁ ବିଜେପିର ନୀତେଶ ଗଂଗଦେବ ଓ ବଲାଙ୍ଗିରରୁ ସଂଗୀତା ସିଂହଦେଓ ବିଜୟୀ ହୋଇଛନ୍ତି ।
ରାଜପରିବାରକୁ ଧୋକା ଦେଲେ ପ୍ରଜା!

1. Royal family is for the chair, by the chair & of the chair No for the people, by the people & of the people.
2. Can royal family conface public in front of Narsingh Mishra.
3. By the way public is not the slave.
4. Royal Rule is out of date.