ନବନୀତା ବ୍ୟୁରୋ। ବରିଷ୍ଠ ଆଇନଜୀବୀ ସାବିତ୍ରୀ ରଥ ହେବେ ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି। ଆଇନଜୀବୀ ସାବିତ୍ରୀ ରଥଙ୍କ ନାମରେ ମୋହର ଲଗାଇଛନ୍ତି ସୁପ୍ରିମକୋର୍ଟ କଲିଜିୟମ। ୨୨ ତାରିଖରେ ଅନୁଷ୍ଠିତ ବୈଠକରେ ରେକର୍ଡ ତଥା ତଥ୍ୟକୁ ଅନୁଧ୍ୟାନ କରି ସୁପ୍ରିମକୋର୍ଟ କଲିଜିୟମ ହାଇକୋର୍ଟଙ୍କ ସୁପାରିଶକୁ ଗ୍ରହଣ କରିଛନ୍ତି । ଏବଂ ଆଇନଜୀବୀ ସାବିତ୍ରୀ ରଥଙ୍କୁ ବିଚାରପତି ପଦବୀ ପାଇଁ ନିଷ୍ପତ୍ତି ହୋଇଛି । ସାବିତ୍ରୀ ରଥ ବର୍ତ୍ତମାନ ହାଇକୋର୍ଟରେ ଆଇନଜୀବୀ ଭାବେ କାମ କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍ ଜାଭେରି ଅବସର ନେବା ପରଠାରୁ ଏହି ପଦବୀ ଖାଲି ପଡ଼ିଛି। ତାଙ୍କ ଜାଗାରେ ଜଷ୍ଟିସ ସଞ୍ଜୁ ପଣ୍ଡା ଅନ୍ତରୀଣ ବିଚାରପତି ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି। ଏବେ ସାବିତ୍ରୀ ରଥ ନୂଆ ବିଚାରପତି ହେବା ପାଇଁ ସୁପ୍ରିମକୋର୍ଟ କଲିଜିୟମ ମୋହର ମାରିଛନ୍ତି। ତେବେ ଓଡ଼ିଶା ହାଇକୋର୍ଟରେ ଏବେ କାର୍ଯ୍ୟନିର୍ବାହୀ ମୁଖ୍ୟବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କୁ ମିଶାଇ ୧୩ ଜଣ ବିଚାରପତି ରହିଛନ୍ତି।
