ନବନୀତା ବ୍ୟୁରୋ। ଫେବ୍ରୁଆରୀ ୧୪ ରୁ ବିଧାନସଭାର ବଜେଟ ଅଧିବେଶନ। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ଆଗତ କରିବେ ରାଜ୍ୟ ସରକାର। ଫେବୃଆରୀ ୧୮ରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ବଜେଟ୍ ଆଗତ କରିବେ । ଏନେଇ ରାଜଭବନର ଅନୁମୋଦନ ଅନୁସାରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଦୁଇଟି ପର୍ଯ୍ୟାୟରେ ଅଧିବେଶନ ବସିବ । ଫେବ୍ରୁଆରୀ ୧୪ରୁ ୨୬ ପ୍ରଥମ ପର୍ଯ୍ୟାୟ ଅଧବେଶନ ଚାଲିବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୧ରୁ ଏପ୍ରିଲ ୯ ଯାଏ ଚାଲିବ । ବଜେଟ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃହରେ ଅଭିଭାଷଣ ରଖିବେ । ଏହାପରେ ଧନ୍ୟବାଦ୍ ପ୍ରସ୍ତାବ ଉପରେ ଆଲୋଚନା ହେବ। ଏଥର ଅଧିବେଶନରେ ମୋଟ ୩୧ ଟି କାର୍ଯ୍ୟ ଦିବସ ରହିଛି। ତେବେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବାରୁ ଏବେ ରାଜ୍ୟ ବଜେଟ୍ ଉପରେ ସମସ୍ତଙ୍କ ନଜର ରହିଛି।
