ନବନୀତା ବ୍ୟୁରୋ। ଭାରତ ବନ୍ଦ ଲାଗି ବ୍ୟାଙ୍କିଙ୍ଗ ସେବାରେ ସବୁଠାରୁ ଅଧିକ ପ୍ରଭାବିତ ଦେଖିବାକୁ ମିଳିଛି। ବ୍ୟାଙ୍କରେ ହରତାଳ ଯୋଗୁ ୨୧ ହଜାର କୋଟି ଟଙ୍କାର ୨୮ ଲକ୍ଷ ଚେକ ଅଟକି ରହିଛି। ସେହିପରି ସହରରେ ଏଟିଏମ୍ ବି ଖାଲି ରହିଥିବା ନଜରକୁ ଆସିଛି। ଯେଉଁଥି ପାଇଁ ଲୋକେ ନଗଦ ଟଙ୍କା ଉଠାଇବାରେ ସମସ୍ୟା ଉପୁଜିଛି। ତେବେ ହରତାଳ ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ସରକାରୀ ବ୍ୟାଙ୍କରେ। ଲୋକେ ବ୍ୟାଙ୍କକୁ ଯାଇ ନା ଟଙ୍କା ଜମା କରି ପାରିଲେ ଉଠାଇ ପାରିଲେ। ହେଲେ ବ୍ୟାଙ୍କ ସମୟ ପୂର୍ବରୁ ଗ୍ରାହକଙ୍କୁ ଏନେଇ ସୂଚନା ଦିଆଯାଇଥିଲା। ହରତାଳ ବେଳେ ବ୍ୟାଙ୍କ ଖୋଳା ରହିଥିଲା ହେଲେ କେତେ ଜାଗାରେ ଟଙ୍କା କାରବାରରେ ପ୍ରଭାବିତ ହୋଇଥିଲା। କାରଣ ଅଧିକ ବ୍ୟାଙ୍କ କର୍ମଚାରୀ ହରତାଳକୁ ସମର୍ଥନ କରିଥିଲେ।

କେବଳ ଏତିକି ନୁହେଁ, ବନ୍ଦ ଲାଗି ଏଟିଏମରୁ ଟଙ୍କା ଉଠାଇବାରେ ସମସ୍ୟା ଦେଖା ଦେଇଥିଲା। ଟଙ୍କା ଉଠାଇବାକୁ ଯାଇ ନ ପାରିବା, ବ୍ୟାଙ୍କିଙ୍ଗ, ଯିବା ଆସିବା ଭଳି ଅନେକ ସମସ୍ୟା ଦେଖା ଦେଇଥିଲା। ହେଲେ ସରକାରୀ ଅଫିସରେ ସେତେଟା ପ୍ରଭାବ ପଡିନି। ଅଫିସ କାମ ସାମାନ୍ୟ ଢ଼ଙ୍ଗରେ ହୋଇଥିବା ଦେଖିବାକୁ ମିଳିଛି। ଏଥିସହ ଦେଶ ସାରାର ପେଟ୍ରୋଲ ପମ୍ପ, ତେଲ ରିଫାଇନାରୀ ରେ ମଧ୍ୟ ସାମାନ୍ୟ ଭାବରେ କାମ ହୋଇଥିଲା।
ତେବେ ଟ୍ରେଡ୍ ୟୁନିଅନର ଦାବି ଅନୁସାରେ ଏହି ହରତାଳରେ ୨୫ କୋଟି ଲୋକ ସାମିଲ ହୋଇଥିଲେ। ନିଯୁକ୍ତି ସୁଯୋଗ, ଶ୍ରମ ଆଇନର ସଂଶୋଧନ ଉପରେ ରୋକ୍ ଲଗାଇବା ଓ ଚାକିରି ସୁରକ୍ଷା ସମ୍ପର୍କିତ ଦାବି ରଖା ଯାଇଛି।
